pakka

ଅବସରପ୍ରାପ୍ତ ସୈନିକଙ୍କ ଘରୁ ଏସି ଚୋରି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢ଼ି ଚାଲିଛି ଚୋରଙ୍କ ଆତଙ୍କ । ଗତ ବୁଧବାର ରାତିରେ ସହରର ଜଣେ ଅବସରପ୍ରାପ୍ତ ସୈନିକଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଚୋରମାନେ । ବଲାଙ୍ଗିର ସହରର ରାଧିକାନଗରରେ ରହୁଥିବା ଅବସରପ୍ରାପ୍ତ ସୈନିକ ଗୋପବନ୍ଧୁ ସାହୁ ପରିବାର ଲୋକଙ୍କୁ ନେଇ ଗତ କିଛି ଦିନ ହେବ ନିଜ ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ ପାଇଁ ଆଲ୍ଲାହାବାଦ ଯାଇଥିଲେ । ଏହାର ସୁଯୋଗ ନେଇ ଚୋରମାନେ ୱିଣ୍ଡୋ ଏସି ଖୋଲି ଘର ଭିତରୁ ଚୋରି କରିଛନ୍ତି । ଶ୍ରୀ ସାହୁଙ୍କ ସଂପର୍କୀୟ ଏନେଇ ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ଟାଉନ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ତେବେ ଘରୁ ଆଉ କ’ଣ କ’ଣ ଚୋରି ହୋଇଛି, ଗୃହକର୍ତ୍ତା ଫେରିଲେ ଜଣାପଡ଼ିବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.

1 × two =