ନୃସିଂହନାଥ ମନ୍ଦିରରେ ନେତ୍ରୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିରରେ ଗୁରୁବାର ନେତ୍ରୋତ୍ସବ ପାଳନ ହୋଇଯାଇଛି । ତିନି ଠାକୁର ଦୀର୍ଘ ୧୦ ଦିନ ଅଣସର ଘରରେ ଥିବା ବେଳେ ଗୁରୁବାର ତାଙ୍କୁ ପଞ୍ଚାମୃତରେ ଶ୍ନାନ କରାଇ ନୀତି କାନ୍ତି ସହ ପ୍ରାଣ ପ୍ରତିଷ୍ଠା, ଯଜ୍ଞପବିତ ଧାରଣ, ୧୦୮ଥର ମନ୍ତ୍ର ପାଠ କରି ହୋମରେ ଘୃତ ଦେବା, ଆଳତି, ପୁଷ୍ପାଞ୍ଜଳି, ଇତ୍ୟାଦି ପୂଜା କରି ଅନ୍ନ ଭୋଗ ଅର୍ପଣ, ପରେ ଠାକୁରମାନଙ୍କୁ ନବଯୌବନ ବେଶ କଲା ପରେ ଲୋକେ ଠାକୁର ଦର୍ଶନ କରିଥିଲେ । ଏହାପରେ ନେତ ପୂଜନ, କରି ରଥରେ ନେତ ବନ୍ଧନ କରି ମନ୍ତ୍ର ଉଚ୍ଚାରଣ ସହ ଆଳତି କରାଯାଇଥିଲା । ଏହି ସମସ୍ତ କାମ ସୁରୁଖୁରୁରେ ନିୟମ ଅନୁସାରେ ସୁନୀଲ ପୁରୋହିତ, ଶୁଭମ ପୁରୋହିତ, ସିର୍ଦ୍ଦାର୍ଥ ପୁରୋହିତ, ସୁଜ୍ଞାନ୍ତ ତ୍ରିପାଠୀ, ମନ୍ମିତ ପୁରୋହିତ ଓ ପଣ୍ଡିତ ଆଜାଦ କର୍ମରତ ଅବିବାହିତ ପୁରୋହିତ ତଥା ମନ୍ଦିର ପୂଜକମାନେ କରିଥିଲେ ।

Leave A Reply

Your email address will not be published.