centurian jitm

ଶନିଶ୍ଚରାୟ ଦେବଙ୍କ ଜନ୍ମ ବାର୍ଷିକ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଜଗଦଲପୁର ଗ୍ରାମର ଶ୍ରୀ ଶ୍ରୀ ଶନିଶ୍ଚରାୟ ଦେବଙ୍କ ଜନ୍ମ ବାର୍ଷିକ ଆଜି ଉତ୍ସବ ପାଳିତ ହୋଇଯାଇଛି । ଶନିଦେବ କମିଟିର ସଦସ୍ୟ ମାନେ ଏବଂ ଜଗଦଳପୁର ଗ୍ରାମର ଗ୍ରାମବାସୀ ମାନଙ୍କର ମିଳିତ ସହଯୋଗରେ ଶନି ପୂଜା, ହୋମ ଯଜ୍ଞ, ସଙ୍କୀର୍ତ୍ତନ ସହ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ରୀତିନୀତି ଅନୁଯାୟୀ ଶନି ଦେବଙ୍କ ନିକଟରେ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କର ଶନି ପୂଜା, ଘିଅ ଦ୍ଵୀପ ପ୍ରଜ୍ୱଳନ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.