pakka

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ମାର୍ଟ ସିଟି ଓ ଆର୍‌ଏମ୍‌ସି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ରାଉରକେଲା ଏଡିଏମ୍‌ ତଥା ସ୍ମାର୍ଟ ସିଟିର ସିଇଓ ଏବଂ ରାଉରକେଲା ମହାନଗର ନିଗମର କମିଶନର ଡଃ ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ସ୍ୱାସ୍ଥ୍ୟ ଅଧିକାରୀ ଡଃ ସୁଶିଲ ପରିଡାଙ୍କ ତତ୍ୱାବଧାନରେ ୱାଇଏମ୍‌ଏଫ୍‌ଆଇ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜନ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଆରଏମ୍‌ସିର ଫୁଡ୍‌ ଇନ୍ସିପେକ୍ଟର ସ୍ୱାଗତିକା ବେହେରା ଓ ଅନ୍ୟ ଷ୍ଟାଫମାନେ ଉପସ୍ଥିତ ଥିଲେ । ୱାଇଏମଏଫଆଇର ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ଚଳିତ ବର୍ଷର ବିଷୟବସ୍ତୁ ‘ସୁରକ୍ଷିତ ଖାଦ୍ୟ- ଉତ୍ତମ ଜୀବନ’ ସଂପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । ‘ସଠିକ୍ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ’ ସ୍ଲୋଗାନ ଦେଇ ନିୟମିତ ତଟକା ଓ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଫାଷ୍ଟଫୁଡ୍‌ ଖାଦ୍ୟକୁ କମାଇବା, ଖାଦ୍ୟରେ ତେଲ, ମସଲା, ଚିନି, ଲୁଣର ମାତ୍ରାକୁ ହ୍ରାସ କରାଇବା, ଖାଦ୍ୟରେ ଶ୍ୱେତସାର, ଜୀବସାର ଓ ପୁଷ୍ଟିସାର ଆବଶ୍ୟକ ମାତ୍ରାରେ ରଖିବା, ଅପମିଶ୍ରଣ ଖାଦ୍ୟଠାରୁ ଦୂରେଇ ରହି ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବାକୁ ଅଭିନୟ ମାଧ୍ୟମରେ ବୁଝାଇ ଦିଆଯାଇଥିଲା । ଏଥିସହ ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ନିଜ ପାରିପାଶ୍ୱିର୍କ ପରିବେଶ ନିର୍ମଳ ରଖିବାକୁ ପରାମର୍ଶ ଦିଆଯାଇଥିଲା । ସ୍ୱାସ୍ଥ୍ୟକର ଖାଦ୍ୟ ଦ୍ୱାରା ହିଁ ସୁସ୍ଥ ଜୀବନ ସଂଭବ ବୋଲି ଲୋକଙ୍କୁ ସଚେତନ କରାଯାଇଥିଲା । ରାଉରକେଲାର ଷ୍ଟେସନ ଛକ, ଡେଲିମାର୍କେଟ, ଉଦିତ୍ ନଗର ଆରଏମସି ଛକ ନିକଟରେ ଏହି ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । କଳାକାର ବାପି ପଲାଇ, ବିଷ୍ଣୁ ପ୍ରିୟା ଓ ସୁନିତା ପ୍ରମୁଖ ଅଭିନୟ କରିଥିଲେ ।

jay balangir
Leave A Reply

Your email address will not be published.

1 × 5 =

error: Content is protected !!