pakka

ଝରଣୀପାଲିରେ ସଡକ ଦୁର୍ଘଟଣା : ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଝରଣୀପାଲି ଗ୍ରାମ ଠାରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଆରୋହୀ ଜଣକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ବାଇକ ଆରୋହୀ ଜଣକ ପାଇକମାଲ ଅଂଚଳର ଗଙ୍ଗାଧର ବରିହା (୩୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଗଙ୍ଗାଧର ପାଇକମାଲରୁ କୌଣସି କାମରେ ଏକ ବାଇକ ଯୋଗେ ପାଟଣାଗଡ ଅଭିମୁଖେ ଆସୁଥିବା ବେଳେ ଝରଣୀପାଲି ଗ୍ରାମ ଠାରେ ଭାରସାମ୍ୟ ହରାଇ ଗଙ୍ଗାଧରଙ୍କ ବାଇକ ରାସ୍ତାକଡର ଏକ ଗଛରେ ପିଟି ହୋଇଥିଲା । ଫଳରେ ଗଙ୍ଗାଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପାଟଣାଗଡ ମେଡିକାଲରେ ଭର୍ତ୍ତ କରାଯାଇଥିଲା । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ଗଙ୍ଗାଧର ଏବେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

11 + 3 =

error: Content is protected !!