ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଆମ୍ବେଦକର ଜୟନ୍ତୀ ସମାରୋହ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଡ଼. ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୮ଟା ସମୟରେ ସହରସ୍ଥିତ ଆମ୍ବେଦକର ଛକରେ ଥିବା ଭାରତରତ୍ନ ଡ଼. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲ, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ସହ ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା ଆମ୍ବେଦକର ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ କମିଟି କର୍ମକର୍ତ୍ତା ତଥା ବିଭିନ୍ନ ସ୍ୱେଛାସେବୀ, ଆମ୍ବେଦକର ପ୍ରେମୀ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଏବଂ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବିଶ୍ୱ ନାଗ, ଅଧ୍ୟାପକ ଇତିହାସ ବିଭାଗ ପିଏସ୍‌ ଡିଗ୍ରୀ ମହାବିଦ୍ୟାଳୟ ଉଲୁଣ୍ଡା ଯୋଗଦେଇ ସମାଜ ପ୍ରତି ବାବା ସାହେବ ଡ଼. ଆମ୍ବେଦକରଙ୍କ ଯୋଗଦାନ ତଥା ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଜୟନ୍ତୀ ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ଚିତ୍ରାଙ୍କନ, ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମାରୋହ ଅବସରରେ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକୃତା ପ୍ରତିଯୋଗିତାରେ ଓମ୍‌ ପ୍ରକାଶ ଦାଶ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସୁବର୍ଣ୍ଣପୁର – ପ୍ରଥମ, ଅଦ୍ୟା ଶ୍ରୀ ପାଣିଗ୍ରାହୀ ସାହାରା ଟ୍ରଷ୍ଟ ହାଇସ୍କୁଲ ଦ୍ଵିତୀୟ, ସୋନମ ମେହେର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୀରମହାରାଜପୁର ତୃତୀୟ, ଇଂରାଜୀ ବକୃତାରେ ୟଶରାଜ ମହାକୁର, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ, କାହ୍ନା ତରିଆ,ଏମ୍‌ଆର୍‌ ହାଇସ୍କୁଲ ସୁବର୍ଣ୍ଣପୁର ଦ୍ଵିତୀୟ, ବିବେକ ମିଶ୍ର ଏମ୍‌ଆର୍‌ ହାଇସ୍କୁଲ ସୁବର୍ଣ୍ଣପୁର ତୃତୀୟ ହୋଇଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଶ୍ୱରଂଜନ ରଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୀରମହାରାଜପୁର ପ୍ରଥମ, ମାନସ ମେହେର ଏମ୍‌ଆର୍‌ ହାଇସ୍କୁଲ ସୁବର୍ଣ୍ଣପୁର ଦ୍ଵିତୀୟ ଓ ଓମ୍‌ ପ୍ରକାଶ କରଣ ଏସ୍‌ଏସ୍‌ଭିଏମ୍‌ ସୁବର୍ଣ୍ଣପୁର ତୃତୀୟ ହୋଇ ପୁରସ୍କୃତ ହୋଇଛନ୍ତି । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ଓଡ଼ିଆ ବକୃତାରେ ପ୍ରିୟଙ୍କା ପ୍ରିୟ ଦର୍ଶିନୀ ପ୍ରଧାନ ସାହାରା ଟ୍ରଷ୍ଟ ହାଇସ୍କୁଲ ପ୍ରଥମ, ନନ୍ଦିନୀ ମେହେର ୟୁଜି ହାଇସ୍କୁଲ କେନ୍ଦୁପାଲି ଦ୍ଵିତୀୟ, ମାନସୀ ମେହେର ପିଏସ୍‌ ସରକାରୀ ହାଇସ୍କୁଲ ବୀରମହାରାଜପୁର ଓ ଅର୍ଚ୍ଚନା ମହାନ୍ତି ଏସ୍‌ଏସ୍‌ଭିଏମ୍‌ ସୁବର୍ଣ୍ଣପୁର ଉଭୟେ ତୃତୀୟ ଭାବେ ପୁରସ୍କୃତ ହୋଇଛନ୍ତି । ସେହିପରି ଇଂରାଜୀ ବକୃତାରେ ଶ୍ରୀୟା ପ୍ରିୟ ଦର୍ଶିନୀ ମେହେର ପିଏସ୍‌ ସରକାରୀ ହାଇସ୍କୁଲ ବୀରମହାରାଜପୁର ପ୍ରଥମ, ଅନ୍ୟାଷା ଦୀକ୍ଷିତ ଏସ୍‌ଏସ୍‌ଭିଏମ୍‌ ସୁବର୍ଣ୍ଣପୁର ଦ୍ଵିତୀୟ ଓ ଶ୍ରୀୟାଶ୍ରୀ ପ୍ରିୟଦର୍ଶିନୀ ଓଡିଶା ଆଦର୍ଶ ବିଦ୍ୟାଳୟ ରଥପୁର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଓମ୍‌ ପ୍ରକାଶ ବାରିକ ଏମ୍‌ଆର୍‌ ହାଇସ୍କୁଲ ସୁବର୍ଣ୍ଣପୁର, ମଧୁସ୍ମିତା ମେହେର, ଏସ୍‌ଏସ୍‌ଭିଏମ୍‌ ସୁବର୍ଣ୍ଣପୁର, ଓ ଜୋତ୍ସ୍ନା ରାଣୀ ସେଠ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବରେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବାବା ସାହେବ ଆମ୍ବେଦକର ସ୍ୱେଛାସେବୀ ଅନୁଷ୍ଠାନର ସଭାପତି ରବିନ୍ଦ୍ର କୁମ୍ଭାର ଧନ୍ୟବାଦ ପ୍ରଦାନ କରିଥିବା ବେଳେ ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଗ୍ରନ୍ଥାଗାରିକ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିଲେ । ଜୟନ୍ତୀ ସଭାରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ବରିଷ୍ଠ ନାଗରିକ ସମାଜର ଗନ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ଥିଲେ ।

Leave A Reply

Your email address will not be published.