pakka

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ୪୮ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୪’ ପାଳିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ୪୮ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୪’ ପାଳନ ହୋଇଯାଇଛି । ଏହି ଉତ୍ସବ ୮ ଓ ୯ ତାରିଖ ୨ ଦିନ ଧରି ସମାହିତ ହୋଇଥିଲା । ଉତ୍ସବର ଶୁଭାରମ୍ଭ କୁଳସଙ୍ଗୀତ ଚାରା ଗଛରେ ଜଳଦାନ ମାଧ୍ୟମରେ ହୋଇଥିଲା । ବିଭାଗର ସଂଯୋଜକ ଡ. ମହେଶ୍ଵର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ. ଚନ୍ଦ୍ରିକା ପ୍ରସାଦ ଦାସ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ପ୍ରଥମ ଦିନରେ ସଭାରେ ସ୍ପେକ୍ଟ୍ରମ୍ ସ୍ଥାବର ସମ୍ପତ୍ତି ଏବଂ ଅବକାଶ, ବ୍ରହ୍ମପୁରର ଅଂଶୀଦାର ମିଷ୍ଟର ଆର୍‌. ମୁରଲୀ କ୍ରୀଷ୍ଣା ମୁଖ୍ୟଅତିଥି ରୂପେ ଯୋଗଦେଇ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଗଙ୍ଗା ପ୍ରସାଦ ପଣ୍ଡା ସ୍ମାରକୀ ବକ୍ତୃତା ଦେଇଥିଲେ । ଆଲୋଚନା ସଭାର ସାଙ୍ଗ ପରେ ବିଭିନ୍ନ ପ୍ରତିଯୋଗିତା ଯଥା ବିଜିନେସ୍‌ କୁଇଜ୍, ଆଇଡିଆ ହାକ୍କାଥନ, ଆଡ୍ ମ୍ୟାଡ ସୋ, ଜଷ୍ଟ ଏ ମିନିଟ୍, ବିଜନେସ୍‌ କେସ୍‌ ଏନାଲିସିସ୍‌ ଇତ୍ୟାଦିରେ ବାଣିଜ୍ୟ ଓ ବୈଷୟିକ ବିଭାଗର ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଦ୍ଵିତୀୟ ଦିନର ଆରମ୍ଭ ପ୍ରଫେସ୍‌ର ପ୍ରମୋଦ କୁମାର ସାହୁ ସ୍ମାରକୀ ବକ୍ତୃତାରେ ଆୟୋଜନ କରାଯାଇଥିଲା । ରାଞ୍ଚି ସ୍ଥିତ ଆଇ. ଆଇ. ଏମ୍‌ର ସହକାରୀ ଅଧ୍ୟାପକ ଡ. ଜଗନ କୁମାର ସୁର ଯୋଗଦେଇ ସ୍ମାରକୀ ବକ୍ତୃତା ରଖିଥିଲେ । ଡ. ମହେଶ୍ୱର ସେଠୀ ବିବରଣୀ ପାଠ କରିଥିବା ବେଳେ ଡ. ଚନ୍ଦ୍ରିକା ପ୍ରସାଦ ଦାସ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ତତ୍ୱରେ ବିଭାଗର ପୂର୍ବତନ ଅଧ୍ୟାପକ ପ୍ରଫେସ୍‌ର କିଶୋର ଚନ୍ଦ୍ର ରାଉତ , ଗୋପାଳକୃଷ୍ଣ ପାଣିଗ୍ରାହୀ ବିଭାଗର ପ୍ରମୁଖ ଲବ୍ଧ ପ୍ରତିଷ୍ଠ ବକ୍ତା ଗଣ ସ୍ୱର୍ଗତ ଅଧ୍ୟାପକ ଗଙ୍ଗା ପ୍ରସାଦ ପଣ୍ଡାଙ୍କ ସୁସ୍ଥ ଜୀବନୀ ଶୈଳୀ, କାର୍ଯ୍ୟ ଦକ୍ଷତା, ବିଭାଗ ପ୍ରତି ତାଙ୍କର ଅବଦାନ ଏବଂ ବ୍ୟକ୍ତିଗତ ଓ ସାମାଜିକ ସ୍ତରର ସୁନ୍ଦର ହୃଦୟର ମଣିଷ ଥିଲେ ତାହା ଆଲୋକପାତ କରିଥିଲେ । ବିଭାଗର ପୂର୍ବତନ ଅଧ୍ୟାପକ, ପ୍ରଫେସ୍‌ର ସାହୁଙ୍କର ପରିବାର ବର୍ଗମଧ୍ୟ ଯୋଗଦେଇ ସାହୁ ସାର୍‌ଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ ଏବଂ ଏହାପରେ ଉଦ୍‌ଯାପନୀ ସଭାର ଆୟୋଜନ କରାଯାଇଥିଲା । ସଭା ଆରମ୍ଭ ପୂର୍ବରୁ ବିଶ୍ଵବିଦ୍ୟାଳୟ କୁଳପତି ବିଭାଗର ବଗିଚାରେ ଛାତ୍ରଛାତ୍ରୀଙ୍କଦ୍ୱାରା ନିର୍ମିତ ହେଇଥିବା “କମର୍‌ସ୍‌” ଅକ୍ଷରକୁ ଉନ୍ମୋଚନ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସମ୍ମାନିତ ଅତିଥି ରୂପେ, ଆଇ. ଆର. ଇ.ଏଲ, ଗଞ୍ଜାମର ଅର୍ଥ ଓ ହିସାବ ବିଭାଗର ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ ଜଗଦାନନ୍ଦ ନାୟକ ଯୋଗ ଦେଇଥିଲେ । ଏହି ସଭାରେ ଶିକ୍ଷାବିତ ତଥା ସମାଜସେବୀ ଡ. ଗଣେଶ ପ୍ରସାଦ ତ୍ରିପାଠୀଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ପୁରୁଷ ସମ୍ମାନ ଓ ଆଦିବାସୀ ମହିଳା ସମ୍ବାଦିକ ଜୟନ୍ତୀ ବୁରୁଦାଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ମହିଳା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଭାରେ ବିଭାଗର ସମ୍ବାଦ ପତ୍ରର ଉନ୍ମୋଚନ ଅତିଥିଙ୍କ ଦ୍ଵାରା ହୋଇଥିଲା ଏôଥ ସହିତ ବିଭାଗର କୃତି ଛାତ୍ରଛାତ୍ରୀ ଓ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ବିଭାଗ ସଂଯୋଜକ ଡ. ମହେଶ୍ଵର ସେଠୀଙ୍କ ତତ୍ଵାବଧାନରେ ସମ୍ପନ୍ନ ହୋଇଥିଲା ଏବଂ ବିଭାଗର ଅଧ୍ୟାପକ ଡ. ବି. ଭେଙ୍କଟେଶ୍ଵର ରାଓ, ଶକ୍ତି ରଂଜନ ଦାଶ, ଚନ୍ଦ୍ରିକା ପ୍ରସାଦ ଦାସ, ଜୀନତା ପଟ୍ଟନାୟକ ଗବେଷଣା ଛାତ୍ର , ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 × 2 =

error: Content is protected !!