pakka

ଅଖିଳ ଭାରତୀୟ ସାହିତ୍ୟ ପରିଷଦ : ବଲାଙ୍ଗିରର ରାଷ୍ଟ୍ରୀୟ ନବବର୍ଷ ପାଳନ

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ମାନସ ବିହାର ରୁଗୁଡିଖାଲଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ପରିଷଦର ଜିଲ୍ଲା ସଂପାଦକ ରାମଚନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଆଗଲପୁର ଓ ଲୋଇସିଂହା ବ୍ଲକ୍‌ର ସାରସ୍ୱତ ସାଧକ ଗଣ ଯୋଗଦାନ କରିଥିଲେ । ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ଏକ କବିତା ପାଠର ଆୟୋଜନ କରାଯାଇଥିଲା । ରାଷ୍ଟ୍ରବାଦୀ କବିତା ପାଠ କରିଥିଲେ କବି ମହେନ୍ଦ୍ର ପଟେଲ, ରାଧାକାନ୍ତ ସାହୁ, ଉଦ୍ଧବ ବାବା, ଋଷଭ ପଧାନ, ପଦ୍ମଲୋଚନ ମୁଦୁଲି, ସମୀର ସାହୁ, ଆନନ୍ଦ କୁମାର ସାହୁ, ସତ୍ୟ ନାରାୟଣ ପଧାନ, କୌସ୍ତୁଭ ଜାଲ, ଅନିରୁଦ୍ଧ ଭୋଇ । କବିତା ପାଠକୁ ସଂଯୋଜନା କରିଥିଲେ ସାହିତ୍ୟ ପରିଷଦର ସଦସ୍ୟ ତଥା ଆଦର୍ଶ ଶିକ୍ଷକ ଯୋଗୀନ୍ଦ୍ର ଦାଶ ।

jay balangir
Leave A Reply

Your email address will not be published.

two + eleven =