ପୂର୍ବତନ ବିଜେଡି କାଉନ୍‌ସିଲର୍‌ ଉପେନ ଦୀପଙ୍କ କଂଗ୍ରେସରେ ଯୋଗଦାନ

  • ୧୦ବର୍ଷର ବିକାଶକୁ ଦେଖି ଲୋକେ ଭୋଟ୍‌ ଦିଅନ୍ତୁ – ସମରେନ୍ଦ୍ର
  • ବିକାଶ ପାଇଁ ଲଢୁଆ ବିଧାୟକ ଦରକାର – ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨୪ବର୍ଷ ରାଜନୈତିକ ଅବହେଳା ପରେ ୨୦୧୪ ମସିହାରେ ଆପଣମାନେ ଏକ ଲଢୁଆ ଜନପ୍ରତିନିଧି ଭାବେ ନରସିଂହ ମିଶ୍ରଙ୍କୁ ବାଛିଥିଲେ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ବଲାଙ୍ଗିର ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରିଛି, ସେହି ୧୦ବର୍ଷର ପ୍ରକ୍ରିୟାକୁ ନିରନ୍ତର ଜାରି ରଖିବା ପାଇଁ ବଲାଙ୍ଗିର ବାସୀ ପୁଣି ଥରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀଙ୍କୁ ବହୁ ପରିମାଣରେ ଭୋଟ୍‌ ଦେଇ ବିଜୟୀ କରାଇବେ ବୋଲି ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୩ରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଅବସରରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ରାଜନୀତି କଂଗ୍ରେସ ଦଳରୁ ଆରମ୍ଭ ହୋଇଛି, ଏହି ଦଳ ଦେଶକୁ ସ୍ୱାଧୀନତା ଦେଇଛି, ସମ୍ବିଧାନ ଦେଇଛି, ଏପରି ଏକ ଦଳ ଯିଏ ଲଢେଇ କରି ଅଞ୍ଚଳକୁ ବିକାଶ ପହଂଚେଇଛି, ସେହି ଦଳରେ ଆପଣଙ୍କ ଅଞ୍ଚଳର ଲଢୁଆ ଯୁବନେତା ଉପେନ ଦୀପ ଆଜି ସାମିଲ ହୋଇଛନ୍ତି । ଦୀର୍ଘ ୨୪ବର୍ଷର ରାଜତନ୍ତ୍ର ବିରୁଦ୍ଧରେ ଯାଇ ଉପେନ ଦୀପ କଂଗ୍ରେସର ୧୦ବର୍ଷର ବିକାଶ ପ୍ରକ୍ରିୟାକୁ ନିରନ୍ତର ଜାରି ରଖିବା ପାଇଁ ଆଜି ଶପଥ ନେଇଛନ୍ତି । ଆପଣମାନେ ମଧ୍ୟ ନିଶ୍ଚିତ ବଲାଙ୍ଗିରର ବିକାଶ ପାଇଁ ଏକତା ହେବେ ବୋଲି ସମରେନ୍ଦ୍ର ମିଶ୍ର କହିଥିଲେ । ସମାବେଶରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ସଶକ୍ତ ଲଢୁଆ ବିଧାୟକ ନିର୍ବାଚିତ କଲେ ହିଁ ଅଞ୍ଚଳର ପୂର୍ଣ୍ଣାଙ୍ଗ ବିକାଶ ହୋଇଥାଏ । ତେଣୁ ଆପଣମାନେ ନିଶ୍ଚିତ ଭାବେ କଂଗ୍ରେସ ଦଳର ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଯିଏ କି ବିଧାନସଭାରେ ଅଞ୍ଚଳର ବିକାଶ ପାଇଁ ଲଢେଇ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଆଣିପାରିବ ତାଙ୍କୁ ଭୋଟ୍‌ ଦେଇ ବିଜୟୀ କରାଇବେ ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ମିଶ୍ର ସ୍ଥାନୀୟ ରାଜପରିବାରକୁ ବିକାଶ ବିରୋଧୀ ବୋଲି ଟାର୍ଗେଟ କରିବା ସହ ଏମାନେ ବଲାଙ୍ଗିରକୁ ପଛୁଆ କରିବାର ଷଡଯନ୍ତ୍ରକାରୀ ବୋଲି ଆକ୍ଷେପ କରିଥିଲେ । କାରଣ ବିଜେଡି ରାଜନେତାମାନଙ୍କ ଷଡଯନ୍ତ୍ର ଯୋଗୁଁ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ, କୃଷି ବିଶ୍ୱବିଦ୍ୟାଳୟ ତଥା କୌଣସି କୃଷି ଭିତ୍ତିକ ଶିଳ୍ପ ଆଜି ପର୍ଯ୍ୟନ୍ତ ବଲାଙ୍ଗିରରେ ପ୍ରତିଷ୍ଠା ହୋଇପାରିଲା ନାହିଁ । ଏଣୁ ଆପଣମାନେ ଏପରି ବିକାଶ ବିରୋଧୀଙ୍କୁ ନିର୍ବାଚନରେ କଡା ଜବାବ ଦେବେ ଓ କଂଗ୍ରେସକୁ ବିଜୟୀ କରିବେ ବୋଲି କହିଥିଲେ । ଆଜିର ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଉପେନ ଦୀପ, ଜ୍ୟୋତି ନାଗ, ରୁପେଶ ନାଗ, ସନ ନାଗ, ବରିଷ୍ଠ ନାଗରିକ ଅମୂଲ୍ୟ ଛତ୍ରିଆ, ଅନିଲ ନାୟକ, ଏଆଇସିସି ପର୍ଯ୍ୟବେକ୍ଷକ ମଂଚାସୀନ ଥିବାବେଳେ ସଭାରେ ଅନେକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Leave A Reply

Your email address will not be published.

twelve + ten =