csstore

ବିଜେପିର ଯୁବନେତା ରୋହିତ ଦୁର୍ଗାଙ୍କ ଇସ୍ତଫା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ପ୍ରଦୀପ ନାଏକଙ୍କୁ ବିଜେପି ଟିକେଟ୍‌ ଦେଇଛି । କଂଗ୍ରେସରୁ ସାଗର ଚରଣ ଦାସ, ବିଜେଡିରୁ ଲଳିତା ନାଏକଙ୍କୁ ଟିକେଟ୍‌ ଦିଆଯାଇଛି । କିନ୍ତୁ ବିଜେପିରୁ ଟିକେଟ୍‌ ଆଶାୟୀମାନଙ୍କ ଭିତରୁ ବିଜେପିର ଯୁବନେତା ରୋହିତ ଦୁର୍ଗା ତାଙ୍କର ଇସ୍ତଫା ପତ୍ର ଜିଲ୍ଲା ସଭାପତିଙ୍କୁ ଦେଇଛନ୍ତି ।ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀରେ ରୋହିତ ଦୁର୍ଗା ବିଜେପି ଉପରେ ଭରସା କରି ଦୀର୍ଘ ଦିନ ହେଲା ମୁଁ ନିରନ୍ତର ଭାବରେ କାର୍ଯ୍ୟ କରୁଥିଲି ଆଶା ଥିଲା ମୋତେ ଦଳ ନିଶ୍ଚୟ ଟିକେଟ୍‌ ଦେବ କିନ୍ତୁ ପୁଣିଥରେ ପ୍ରଦୀପ ନାଏକଙ୍କୁ ଟିକେଟ୍‌ ଦେଲା ପରେ ମର୍ମାହତ ବୋଲି କହିଥିଲେ । ପ୍ରଦୀପଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବା ବେଳେ କେମିତି ନିର୍ବାଚନରେ ପ୍ରଚାର କରିବେ ବୋଲି କହିଥିଲେ । ଏଣୁ ଶତାଧିକ କର୍ମୀଙ୍କ ଅନୁରୋଧ କ୍ରମେ ମୁଁ ସ୍ଵାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.