ଟିଟିଲାଗଡ଼ ଭାରତ ବିକାଶ ପରିଷଦ ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ତରଫରୁ ସ୍ଥାନୀୟ ପ୍ରଭାବତୀ ପବ୍ଲିକ ସ୍କୁଲରେ ମଙ୍ଗଳବାର ସନ୍ଧ୍ୟାରେ ଚୈତ୍ର ଶୁକ୍ଳ ପ୍ରତିପଦା (ହିନ୍ଦୁ ନୂଆବର୍ଷ) ଡ. ଛାୟାକାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମୁମ୍ବାଇର ରାମ ରତ୍ନ ବିଦ୍ୟା ମନ୍ଦିରର ଅବସର ପ୍ରାପ୍ତ ଅଧ୍ୟକ୍ଷ ଓ ପ୍ରଭାବତୀ ପବ୍ଲିକ ସ୍କୁଲର ଏକଜିକ୍ୟୁଟିଭ୍‌ ଡାଇରେକ୍ଟର୍‌ ଅନିତା ସାହୁ ଯୋଗଦେଇ ଥିଲେ । ସଭାପରିଚାଳନା କରିଥିଲେ ଉମେଶ ଚନ୍ଦ୍ର ଦାସ । ପରିଷଦ ବିଷୟରେ ଆଲୋକପାତ କରିଥିଲେ ବରିଷ୍ଠ ସଭ୍ୟ ରାଜୀବ ଲୋଚନ ପାଢ଼ୀ ଓ ସମ୍ପାଦକ ବିବରଣି ପାଠ କରି ଥିଲେ ପ୍ରମୋଦ କୁମାର ପାଲ । ଭାରତ ବିକାଶ ପରିଷଦର ଆଗାମୀ ସୂତ୍ର ପାଇଁ ସଭାପତି ପଦରେ ଜୟ ପ୍ରକାଶ ଛାପଡ଼ିଆ, ସଚିବ ପ୍ରମୋଦ ପାଲ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ମୁଖ୍ୟ ଅତିଥି ଶପଥ ପାଠ କରାଇଥିଲେ । ଶେଷରେ ଧନ୍ୟବାଦ୍‌ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ପାଲ ।

Leave A Reply

Your email address will not be published.

12 − seven =

error: Content is protected !!