pakka

ଭାଜପା ମହାସମାବେଶରେ ଯୋଗଦେଲେ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅତାବିରା ବ୍ଲକ ଲରାସରା ଗ୍ରାମ ପଞ୍ଚାୟତର କର୍ମୀଟିକ୍ରାରେ ମଙ୍ଗଳବାର ଅନୁଷ୍ଠିତ ମହାସମାବେଶରେ ଭାଜପା ଦେଖାଇଛି ଏକତା । ଦୀପକ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଏକତା ସମାବେଶରେ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ମିଳନ ସେଠ୍, ରଞ୍ଜନ ସେଠ୍, ଯଶୋବନ୍ତ ସେଠ୍, କୁଶ କୁମ୍ଭାର ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ, ଦଳର ପୁରୁଖା ନେତା ରାଧାଚରଣ ବାରିକ, ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥି ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବରଗଡ଼ ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଅତାବିରା ବିଧାନସଭା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଭାଜପା କର୍ମୀ ଓ ସମର୍ଥକଙ୍କ ଗହଣରେ ସରଣ୍ଡା ସ୍ଥିତ ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବା ଶୈବପୀଠକୁ ପହଞ୍ଚି ପୂଜାଅର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ । ସେଠାରୁ ଏକ ରାଲିରେ ଖଇରପାଲି ଗ୍ରାମକୁ ପହଂଚିଥିଲେ । ଖଇରପାଲି ଗ୍ରାମରେ ପ୍ରତ୍ୟେକ ଘର ସମ୍ମୁଖରେ ପୂର୍ଣ୍ଣକଳସ ରଖି ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଖଇରପାଲି ଗ୍ରାମ୍ୟ ପରିକ୍ରମା କରିବା ପରେ କର୍ମୀଟିକ୍ରାରେ ରାଲି ପହଞ୍ଚି ଥିଲା । ସେଠାରେ ହନୁମାନ ମନ୍ଦିରରେ ଦର୍ଶନ କରି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହିନ୍ଦୁ ନବବର୍ଷ ପାଳନ କାର୍ଯ୍ୟକ୍ରମ ଉଭୟ ପ୍ରାର୍ଥୀ ଯୋଗ ଦେଇଥିଲେ । ହିନ୍ଦୁ ନବବର୍ଷ ପାଳନ ପରେ ଏକତା ମହାସମାବେଶରେ ପ୍ରଦୀପ ଏବଂ ନିହାର କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ । କର୍ମୀଟିକ୍ରାର କୋଶଲି କବି କିଶୋର ଚନ୍ଦ୍ର ପାତ୍ରଙ୍କ ‘ଭାରତ ମାଁର୍ ପୁଓ ମୋଦୀ କେ’ ଉନ୍ମୋଚନ କରାଯାଇଥିଲା । ଶେଷରେ ମିଳନ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eighteen − fifteen =