pakka

ଶିଶୁର ସାମଗ୍ରିକ ବିକାଶରେ ଶିଶୁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଶୁ କିଶୋର ପତ୍ରିକା ମଠଖାଇ ବିମୋଚନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁର ସାମଗ୍ରିକ ବିକାଶରେ ଶିଶୁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏ ପରିପ୍ରେକ୍ଷୀରେ ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରୁ ପରକାଶିତ ତ୍ରୟ ମାସିକ ଶିଶୁ କିଶୋର ପତ୍ରିକା “ମଠଖାଇ” କୁନିକୁନି ପିଲାମାନଙ୍କୁ ଶିଶୁ ସାହିତ୍ୟିକ ତିଆରି କରିବାରେ ସହଯୋଗ କରିବା ସହିତ ଶିଶୁର ସମ୍ପୁର୍ଣ୍ଣ ବିକାଶରେ ସହାୟକ ହୋଇ ପାରିଛି ବୋଲି ମଠଖାଇ ପତ୍ରିକା ବିମୋଚନ ଅବସରରେ ଅତିଥିମାନେ ବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ଡ. ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା, ଅକ୍ଷରର ସଂପାଦକ ହୃଷିକେଶ ପୁରୋହିତ ଓ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ବାଗ୍‌ଦେବୀ ସରସ୍ୱତୀଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । କେବଳ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଲିଖିତ ‘ମଠଖାଇ’ ପତ୍ରିକାକୁ ଅତିଥିମାନେ ବିମୋଚନ କରିଥିଲେ । ପତ୍ରିକାର ସଂପାଦକ ପତ୍ରିକା ପ୍ରକାଶନରେ ଆଭିମୁଖ୍ୟ ଉପରେ ମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱଲିଖିତ କବିତାମାନ ପାଠ କରିଥିଲେ । ଶେଷରେ ଶିକ୍ଷକ କେଦାର ନାଥ ସାହୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଏ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଖୁସି ତାଣ୍ଡି, ଯଶୋବନ୍ତୀ ନନ୍ଦ, ଆଲିଷା ଗିରି, ନିଳାଂଚଳ କୁଅଁର, ରାଜିବ କୁଅଁର ଓ ହରେରାମ ବାରିକ ।

jay balangir
Leave A Reply

Your email address will not be published.

seventeen − 13 =

error: Content is protected !!