pakka

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁରରେ ମହାସମାରୋହରେ ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ସଂପାଦକ ତଥା ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟଅତିଥି ରୂପେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତସେବା ପ୍ରମୁଖ ଶାନ୍ତନୁ କୁମାର ମାଝୀ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷର ମହତ୍ତ୍ଵ ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ । ସଂପାଦକ ପଦ୍ମଚରଣ ସାହୁ ନବବର୍ଷର ଅଭିନନ୍ଦନିକା ସମସ୍ତଙ୍କୁ ପ୍ରଦାନ କରିଥିଲେ । ନବବର୍ଷରେ ବିଦ୍ୟାଳୟରେ ଖେଚୁଡ଼ି ପ୍ରସାଦ ପ୍ରସ୍ତୁତ କରି ଶିଶୁ ଓ ଅଭିଭାବକଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ପଣ୍ଡିତ ମନୋରଞ୍ଜନ ଦାଶ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

19 − 10 =

error: Content is protected !!