pakka

ବନବିଭାଗର ଚଢ଼ାଉରେ ଖଇର କାଠ ଜବତ : ବଡ଼ଉଡେନ ଗ୍ରାମର କାଠ ଚୋର ଗିରଫ

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ବନବିଭାଗ ତେଲେନପାଲି ଅନ୍ତର୍ଗତ ଠୁଟା ସଂରକ୍ଷିତ ଜଙ୍ଗଲରୁ ପନ୍ଦର କ୍ୱିଣ୍ଟାଲ ଖଇର କାଠ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତେଲେନପାଲି ଗ୍ରାମ ନିକଟସ୍ଥ ଠୁଟା ସଂରକ୍ଷିତ ଜଙ୍ଗଲରୁ କିଛି ଦୁର୍ବୃତ୍ତ ବେଆଇନ ଭାବେ ଚୋରା କାଠ ଚାଲାଣ କରୁଥିବା ହରିଶଙ୍କର ବନବିଭାଗ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା । ବନବିଭାଗ ଏକ ଟିମ୍‌ ଗଠନ କରି ସୋମବାର ସନ୍ଧ୍ୟା ସମୟରେ ତେଲେନପାଲି ନିକଟସ୍ଥ ଠୁଟା ସଂରକ୍ଷିତ ଜଙ୍ଗଲଠାରେ ଚଢ଼ାଉ କରି ଆନୁମାନିକ ୧୫ କ୍ୱିଣ୍ଟାଲ ଖଇର କାଠ ଜବତ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୮ ହଜାର ଟଙ୍କା ବୋଲି ଜଣାଯାଇଛି । ଖପ୍ରାଖୋଲ ବନବିଭାଗ କାଠକୁ ଜବତ କରିସାରିଲା ପରେ ବେଆଇନଭାବେ ଖଇର କାଠ ଚୋରାଚାଲାଣରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୋଜିବାରେ ଲାଗିପଡ଼ିଲା । ତଦନ୍ତ ପରେ ଜଣାପଡିଲା ଦାମେଇପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ଉଡେନ ଗ୍ରାମର ପୃଥ୍ୱୀରାଜ ରଣା ବେଆଇନ ଭାବେ କାଠ ଚୋରିକରି ବାହାରକୁ ପଠାଇବା ପାଇଁ ସଂଗ୍ରହ କରୁଥିଲା । ମଙ୍ଗଳବାର ସକାଳୁ ଅଭିଯୁକ୍ତଙ୍କୁ ବଡ଼ଉଡେନ ଗ୍ରାମରୁ ଗିରଫ କରାଯାଇଥିବା ଖପ୍ରାଖୋଲ ବନପାଳ ସୁଧୀର ଜେନା ସୂଚନା ଦେଇଛନ୍ତି । ଏନେଇ ଓଆର୍‌ ନଂ ୯/୨୦୨୩-୨୪ ଅନୁଯାୟୀ ଅଭିଯୁକ୍ତଙ୍କୁ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯିବ ବୋଲି ହରିଶଙ୍କର ବନାଞ୍ଚଳ ଅଧିକାରୀ ଅରବିନ୍ଦ ନାଏକ ପ୍ରକାଶ କରିଛନ୍ତି । ଚଢାଉ ବେଳେ ଖପ୍ରାଖୋଲ ବନରକ୍ଷୀ ରାଜେନ୍ଦ୍ର ଧରୁଆଙ୍କ ସହ ବନ ସୁରକ୍ଷା ଦଳ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

nineteen + 9 =

error: Content is protected !!