pakka

ଜେବିବିଏସ୍‌ଏନ୍‌ରେ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷ୍ୟା ନିକେତନ ସ୍ଵତନ୍ତ୍ର ତାଲିମ କେନ୍ଦ୍ରରେ ମଙ୍ଗଳବାର ଦିନ ଆନ୍ତର୍ଜାତୀୟ ଡାଉନ୍ ସିଣ୍ଡ୍ରୋମ ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଡ. ସୁଧାଂଶୁ ଭୂଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଶିକ୍ଷକ ବୁଦ୍ଧଦେବ ସାମଲ, ନନ୍ଦୀ କିଶୋର ଷାଣ୍ଢ, ବିଘ୍ନେ ରଣା, ଆଶୁତୋଷ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଡାଉନ୍ ସିଣ୍ଡ୍ରୋମ ବିଷୟରେ ପ୍ରଶିକ୍ଷକମାନଙ୍କ ସହ କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ ମତାମତ ଦେଇଥିଲେ । ଏହାସହ ଆଜି ଡାଉନ୍ ସିଣ୍ଡ୍ରୋମ ବିଷୟକୁ ନେଇ ରଚନା ପ୍ରତିଯୋଗିତା, ବକ୍ତବ୍ୟ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ରଚନା ପ୍ରତିଯୋଗିତାରେ ଜାହ୍ନବୀ ବିଶ୍ଵାଳ ପ୍ରଥମ, ରିକି ତ୍ରିପାଠୀ ଦ୍ଵିତୀୟ, ପ୍ରତୀକ୍ଷା ଅଗସ୍ତି ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ଦାସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବକ୍ତବ୍ୟ ପ୍ରତିଯୋଗିତାରେ ସିଳ୍ପିକା ନାଥ ପ୍ରଥମ, ରୀକି ତ୍ରିପାଠୀ ଦ୍ଵିତୀୟ, ଦୀପକ ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସିପ୍ରା ପ୍ରଧାନ, ଦ୍ଵିତୀୟ ସ୍ଥାନରେ ଆୟୁଷ ଦାସ ଏବଂ ତୃତୀୟ ସ୍ଥାନରେ ଯୁଗ୍ମ ଭାବେ ଅପର୍ଣ୍ଣା ପ୍ରିୟଦର୍ଶିନୀ ଦାସ ଓ ପ୍ରଜ୍ଞାରାଣୀ ପଧାନ ପୁରସ୍କୃତ ହୋଇଥିଲେ । ଶେଷରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରୋଜାଲିନ ତ୍ରିପାଠୀ, ଝରଣା ସାହୁ, ପ୍ରଜ୍ଞାମୟୀ ମେହେର, ବନ୍ଦନା ରଣା, ନୀତିଶ ରଣା ଉତ୍ତମ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ । ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ସହ ସମସ୍ତ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

12 + eight =