pakka

ଜାତୀୟ ମାଙ୍କଡ଼ ଓ ଶକ୍ତି ସଂରକ୍ଷଣ ଦିବସ ପାଳିତ

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ମାଙ୍କଡ଼ ଦିବସ ଓ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ପ୍ରକୃତିବଂଧୁ ତଥା ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ପ୍ରଚେଷ୍ଟାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମାନ୍ଦଲା କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀ, ବିଜୁଦାସ ମହାନନ୍ଦ, ବ୍ଲକ ସଂଯୋଜକ, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ, ଶିକ୍ଷକ ମନୋଜ କୁମାର ତାଣ୍ଡି, ବିଶେଶ୍ୱର ମୁଦୁଲି, ସାଧନକର୍ମୀ ନରେଶ ତାଣ୍ଡି ଯୋଗ ଦେଇଥିଲେ ।ବର୍ତ୍ତମାନ ଶକ୍ତିର ଅପଚୟ ଓ ମାଙ୍କଡ଼ ମାନଙ୍କ ଜୀବନ ବିପଦ ସଙ୍କୁଳ ଅବସ୍ଥାରେ ଅଛି ତେଣୁ କିପରି ଭାବରେ ରୋକା ଯାଇ ପାରିବ ତାହାରି ଉପରେ ଅତିଥି ଗଣ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନେ କିପରି ଜଙ୍ଗଲ ସୃଷ୍ଟି କରିବେ ଓ ଶକ୍ତି ଅପଚୟ ନକରିବେ ତାହାରି ଉପରେ ଶ୍ରୀ ଦାଶ ସ୍ୱଲିଖିତ ଗପ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ ।

jay balangir
Leave A Reply

Your email address will not be published.

thirteen − five =