pakka

ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ରଙ୍କ ପରଲୋକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କୁଡାସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ର(୫୭)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲା ମେଡିକାଲ ଠାରେ ପରଲୋକ ଘଟିଛି । ବଲାଙ୍ଗିର ସରକାରୀ ବାଳିକା ବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ସମ୍ମେଟିଭ ଖାତା ମୂଲ୍ୟାଙ୍କନ କରୁଥିବା ବେଳେ ତାଙ୍କୁ ପ୍ରଚୁର ଝାଳ ହୋଇଥିଲା । ସେଠାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନିଆଯାଇଥିଲା । ସେଠାରେ ହୃଦ୍‌ଘାତ ଆଶଙ୍କା କରି ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଭୀମସାର ମେଡିକାଲକୁ ପଠାଯାଇଥିଲା । ବୁର୍ଲା ମେଡିକାଲରେ ଡାକ୍ତରଙ୍କ ସହ ପରାମର୍ଶ କରୁଥିବା ବେଳେ ହଠାତ୍‌ ତାଙ୍କର ପ୍ରାୟବାୟୁ ଚାଲିଯାଇଥିଲା । ତାଙ୍କ ସ୍ତ୍ରୀ ଚନ୍ଦ୍ରମା ମିଶ୍ର, ଏକମାତ୍ର ପୁତ୍ର ଆଦେଶ କୁମାର ମିଶ୍ର, ତିନି ଭାଇ, ବାପା ଦଶରଥ ମିଶ୍ର ଅଛନ୍ତି । ସକାଳେ ବଲାଙ୍ଗିର ବିଭୁତିପଡା ଶ୍ମଶାନରେ ତାଙ୍କ ଦାହ ସତ୍କାର କରାଯାଇଥିଲା । ସାନ ଭାଇ ପ୍ରେସ କ୍ଲବ ସଭାପତି ଅରୁଣ କୁମାର ମିଶ୍ର ଓ ତାଙ୍କ ଏକମାତ୍ର ପୁତ୍ର ଆଦେଶ କୁମାର ମିଶ୍ର ମୁଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

seventeen − 9 =