pakka

ଫେରାର ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ ଫର୍‌ୱାର୍ଡ କଲା ଗଞ୍ଜାମ ଥାନା ପୋଲିସ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରାୟ ୧୨ ବର୍ଷ ହେଲା ଫେରାର ଥିବା ଜୈନେକ ଦୁଷ୍କର୍ମ ଅଭିଯୁକ୍ତ ଯୁବକ କୋର୍ଟ ଫର୍‌ୱାର୍ଡ କରିଛି ଗଞ୍ଜାମ ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଛତ୍ରପୁର ବ୍ଲକ ଅଗସ୍ତି ନୁଆଁଗାଁର ଚନ୍ଦ୍ର ପଲାଇଙ୍କ ପୁଅ ବିନୋଦ ପଲାଇ(୪୫) । ୨୯.୩.୨୦୧୦ ମସିହାରେ ବିନୋଦଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ସେହିଦିନ ଠାରୁ ପୋଲିସ ଖୋଜୁଥିଲା । ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ମଙ୍ଗଳବାର ରାତ୍ର ସମୟରେ ଅଗସ୍ତି ନୁଆଁଗାଁକୁ ଅଚାନାକ ପୋଲିସ ଟିମ୍‌ ପହଞ୍ଚି ଅଭିଯୁକ୍ତଙ୍କୁ ମାଡ଼ି ବସିଥିଲେ । ଏନବିଡ଼ବ୍ଲ୍ୟୁ ଏକ୍ସକ୍ୟୁଟେସନ ଏସଟି ୩୧/୧୦, କେସ ନମ୍ବର ୧୭/୧୦ରେ ୪୫୦/୩୭୬/୫୦୬ ଦଫାରେ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଫର୍‌ୱାର୍ଡ କରାଯାଇଥିବା ଗଞ୍ଜାମ ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

14 − four =