pakka

ସିନାପାଲିରେ ସମ୍ୱଲପୁରୀ ଦିନ୍ ପାଳିତ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଯୁବାମଂଚ ତରଫରୁ ସ୍ଥାନୀୟ ସ୍ୱରସଙ୍ଗମ କଳା ପରିଷଦ ସଭାଗୃହଠାରେ ସୋମବାର ସଂଧ୍ୟାରେ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି । ଯୁବକମାନେ ସମ୍ୱଲପୁରୀ ବେଶଭୂଷା ହୋଇ ଜଗନ୍ନାଥ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ପହଂଚିବା ପରେ ଯୁବ ଲେଖକ ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ରବିଂଦ୍ରନାଥ ଯୋଷୀ, ମୁଖ୍ୟ ବକ୍ତା ଭାବରେ କବି ପ୍ରଦ୍ୟୁମ୍ନ କୁମାର ସିଂହ ଚିନ୍ଦା ଏବଂ ସମ୍ମାନିତ ଅତିଥି ଭାବରେ ଉଦନ୍ତୀ ୟୁଥ୍ କ୍ଲବର ସଭାପତି ସୂରଜ ମେହେର ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଂଗୀତଜ୍ଞ ବଂଶୀଧର ଜଗତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା । ଏକ ବିଶ୍ୱସ୍ତରୀୟ ମହାନ ଭାଷା, ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା ପଶ୍ଚିମାଂଚଳର ଏକତ୍ରିକରଣ ପାଇଁ ସମ୍ୱଲପୁରୀ ଦିନ୍ ପାଳନ ଏକ ଉପଯୋଗୀ ଅବସର ବୋଲି ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମ୍ବଲପୁରୀ ବୟନ ଏବଂ ବାନ୍ଧକଳାରେ ସ୍ୱତନ୍ତ୍ର ଅବଦାନ ରଖିଥିବା ବଳଦେବ ମେହେର, ମୋହନ ମେହେର, ସୁବାଷଚଂଦ୍ର ମେହେର, ଚୈତନ୍ୟ ମେହେର, ଧନେଶ୍ୱର ମେହେର, ନିଲାଂଚଳ ମେହେର, ଶିବପ୍ରସାଦ ମେହେରଙ୍କୁ ଏହି ଅବସରରେ ଉପଢୌକନ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ଗୁରୁବାରୁ ମେହେର, ଅରୁଣ ମେହେର, ଜିତୁ ମେହେର, ନରେଶ ମାଝୀ, ନିତିଶ୍ ମେହେର, କିଶନ ମେହେର, କିରଣ ମେହେର, ଜିତେନ୍ ମେହେର, ସୁନୀଳ ମେହେର, ହେମନ୍ତ ମେହେର, ମଣ୍ଟୁ ମେହେର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରଭାତ କୁମାର ମେହେର ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

9 − 1 =

error: Content is protected !!