pakka

ପଶୁ ସଂପଦ ସହାୟକ କେନ୍ଦ୍ର ସାଜିଛି ଭୁତକୋଠି, ନୂତନ କୋଠା ସାଜିଛି ମଦୁଆଙ୍କ ଆଡାସ୍ଥଳି : ଡାକ୍ତର ବାବୁଙ୍କ ଦେଖା ନାହିଁ, ସାଧାରଣରେ ଅସନ୍ତୋଷ

bbehera

ନୂଆପଡା, (ନିରାକାର ମେହର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଶୁ ସଂପଦ ସହାୟକ କେନ୍ଦ୍ର ଭୁତକୋଠି ପାଲଟି ଥିବା ଅଭିଯୋଗ ହୋଇଛି । ଉକ୍ତ କେନ୍ଦ୍ର ପାଇଁ ନୂତନ କୋଠା ନିର୍ମାଣ ହୋଇଥିବା ବେଳେ ଆଜକୁ ୫ ବର୍ଷରୁ ଅଧିକ ହେବ ସମ୍ପୂର୍ଣ୍ଣ ନିର୍ମାଣ ହୋଇନଥିବା ଯୋଗୁଁ ମଦୁଆଙ୍କ ଆଡାସ୍ଥଲି ପାଲଟିଥିବା ବେଳେ ବର୍ଷ ବର୍ଷ ଧରି ଡାକ୍ତର ବାବୁ ଆସୁନଥିବା ଅଭିଯୋଗ ହେଉଛି । ପ୍ରକାଶ ଯୋଗ୍ୟ ଯେ, କେନ୍ଦୁମୁଣ୍ତା ପଶୁ ସଂପଦ ସହାୟକ କେନ୍ଦ୍ରକୁ ବର୍ଷ ବର୍ଷ ଧରି ଡାକ୍ତର ବାବୁ ଆସୁନାହାନ୍ତି । ଯାହା ଫଳରେ ଉକ୍ତ କେନ୍ଦ୍ରର ରକ୍ଷଣାବେକ୍ଷଣ ଅଭାବ ଯୋଗୁ କେନ୍ଦ୍ରଟି ଭାଙ୍ଗି ପଡି ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି । ଉକ୍ତ କୋଠାଟି ଭାଙ୍ଗି ପଡି ଥିବା ବେଳେ ଦୀର୍ଘ ବର୍ଷ ହେଲା ନୂତନ କୋଠା ନିର୍ମାଣ କରାଯାଇଛି । ହେଲେ ସେହି କୋଠା ମଧ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହୋଇନାହିଁ । ଠିକାଦାର ଓ ଯନ୍ତ୍ରୀଙ୍କ ଖାମଖିଆଲୀ ମନୋଭାବ ଯୋଗୁ ବର୍ଷ ବର୍ଷ ଧରି କୋଠା ନିର୍ମାଣ ହୋଇ ପାରୁନାହଁ । ଯାହା ଫଳରେ ଡାକ୍ତର ବାବୁଙ୍କ ମଧ୍ୟ ଦେଖା ନଥିବା ବେଳେ ଅଞ୍ଚଳର ହଜାର ହଜାର ଚାଷୀ ଜନସାଧାରଣ ଉକ୍ତ ବିଭାଗର ଫ୍ରି ସୁବିଧାରୁ ବଞ୍ଚିତ ରହୁଛନ୍ତି । ଫଳରେ ପ୍ରାଭେଟ୍ ବାବୁ ମାନେ ଅଧିକ ଦରରେ ଚିକିତ୍ସା କରି ଫାଇଦା ନେଉଛନ୍ତି । ଏନେଇ ଉକ୍ତ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ବରନିଧି ପାତ୍ରଙ୍କୁ ପଚାରିବାରୁ ମୁଁ କରଣବାହାଲି ଦାୟିତ୍ୱରେ ଥିବା ବେଳେ ସେଠାରେ ଭାରପ୍ରାପ୍ତ ଅଧିକାରୀ ଭାବେ ଦାଯିତ୍ୱ ନେଇ କାର୍ଯ୍ୟ କରୁଛି । ହେଲେ ସେଠାରେ ପୁରୁଣା କୋଠା ଭାଙ୍ଗି ପଡିଥିବା ବେଳେ ନୂତନ କୋଠା ଆମକୁ ହସ୍ତାନ୍ତର କରି ନାହାଁନ୍ତି । ଯାହା ଫଳରେ ବସିବା ପାଇଁ ମଧ୍ୟ ଯାଗାଟିଏ ନାହିଁ । ତଥାପି ମୁଁ ମୋ ମୋବାଇଲ ନମ୍ୱର ଦେଇଛି ଲୋକେ ଫୋନକଲ କଲେ ଯାଇ ଚିକିତ୍ସା କରୁଥିବା ବେଳେ ଅନ୍ୟାନ୍ୟ ସୁବିଧା ଦେଉଛି ବୋଲି କହିଛନ୍ତି । ଏନେଇ ପ୍ରାଣି ଚିକିତ୍ସା ଅଧିକାରୀ ବିକାଶ ସେଠୀଙ୍କୁ ପଚାରିବାରୁ ସେଠାକାର ଗୃହ ଅବସ୍ଥା ଠିକ୍ ନାହିଁ ଓ ଡାକ୍ତର ବାବୁ କରଣବାହାଲି ଦାୟିତ୍ୱରେ ରହିଥିବା ବେଳେ କେନ୍ଦୁମୁଣ୍ତା ଭାରପ୍ରାପ୍ତ ଦାୟିତ୍ୱରେ ଅଛନ୍ତି । ଯାହା ଫଲରେ ଅଞ୍ଚଳର ଚାଷୀ ଜନସାଧାରଣମାନେ ବିଭାଗୀୟ ସୁବିଧାରୁ ବଞ୍ଚିତ ରହୁଛନ୍ତି । ଆଗକୁ କେମିତି ଲୋକେ ସୁବିଧା ପାଇ ପାରିବେ ତାହା ଚେଷ୍ଟା କରୁଛି ବୋଲି କହିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ନୂତନ ଗଅହ ନିର୍ମାଣ ସରିଛି ଟିକିଏ କାମ ବାକି ଅଛି ସେହି କାମ ସାରିଲା ପରେ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ।
ଏନେଇ ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

twelve − one =

error: Content is protected !!