pakka

ପ୍ରଧାନ ଶିକ୍ଷକ ବେଆଇନ ମଦକୋଠି ଖୋଲି ମଦବିକ୍ରି କରୁଥିବା ଅଭିଯୋଗ : ମୁଖ୍ୟ ରାସ୍ତା ଉପରେ ଭୁଲ ମାନି କ୍ଷମା ପ୍ରାର୍ଥନା କଲେ ପ୍ରଧାନ ଶିକ୍ଷକ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖଇରପଦର ଗ୍ରାମ ପଞ୍ଚାୟତ ଥିପାଖୋଲ ଗ୍ରାମଠାରେ ଜଣେ ପ୍ରଧାନ ଶିକ୍ଷକ ବେଆଇନ ମଦକୋଠି ଖୋଲି ଦେଶୀ ବିଦେଶୀ ମଦ ବିକ୍ରି କରୁଥିବା ଖଇରପଦର ମହିଳା ମହାସଂଘ ଅଭିଯୋଗ କରିଛନ୍ତି । ଶିକ୍ଷକ ଜଣକ ଥିପାଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି । ପ୍ରକାଶ ଯୋଗ୍ୟ ଯେ, ଶିକ୍ଷକ ଜଣକ ଏକ କିରାନା ଦୋକାନ କରି ସେଥିରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ ରଖି ବର୍ଷ ବର୍ଷ ଧରି ମଦ ବିକ୍ରି କରୁଥିବା ବେଲେ ଗ୍ରାମବାସୀ ବନ୍ଦ କରିବାକୁ କହିଲେ ମଧ୍ୟ ଖାତିର ନକରି ନିଜ କାରବାର ଚଲାଇଛନ୍ତି । ଗତ ରବିବାର ଦିନ ଖଇରପଦର ମହିଲା ମହାସଂଘ ତରଫରୁ ମଦମୁକ୍ତି ଆନ୍ଦୋଳନ ବେଲେ ୩୭ ଟି ଏସଏଚଜି ଓ ଶତାଧିକ ମହିଳା ଉକ୍ତ ମଦକୋଠିଙ୍କୁ ପହଞ୍ଚି ମଦ ବିକ୍ରି ବନ୍ଦ କରିବାକୁ ଶିକ୍ଷକଙ୍କୁ ନିବେଦନ କରିଥିଲେ । ହେଲେ ଶିକ୍ଷକ ଜଣକ ମଦ ବନ୍ଦ କରିପାରିବି ନାହିଁ ବୋଲି ଓଲଟା ମହିଳା ମାନଙ୍କୁ ତୁମଦେହ ଲୁଗାରେ ମଇଳା ଅଛି ସଫାକର ତୁମେମାନେ ମୋ ଦେହର ଲୁଗାକୁ କାହିଁକି ସଫା କରିବାକୁ ଚେଷ୍ଟା କରୁଛ ବୋଲି ଉପଦେଶ ଦେଇଥିବା ବେଳେ ସେହି ମଦକୋଠି ମୋ ପୁଅର ବୋଲି ପ୍ରକାଶ କରିଥିଲେ । ହେଲେ ମହିଳାମାନେ ଏକତ୍ରିତ ହୋଇ ତୁମେ ମଦକୋଠି ବନ୍ଦ ନକଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ । ଶିକ୍ଷକ ଜଣକ ମହିଳାମାନଙ୍କ କଥାଶୁଣି ଖସିଯିବାକୁ ଉଦ୍ୟମ କରିଥିବା ବେଳେ ମହିଳାମାନେ ମୁଖ୍ୟ ରାସ୍ତାରେ ଶିକ୍ଷକଙ୍କୁ ଘେରାଇ ଥିଲେ । ସେଠାରେ ଶିକ୍ଷକ ଜଣକ ନିଜର ଭୁଲ୍ ମାନି ନେଇ ଶତାଧିକ ମହିଳାଙ୍କୁ କ୍ଷମା ପ୍ରାର୍ଥନା କଲେ ଏବଂ ଆଗାମୀ ଦିନରେ ଆଉ ଏମିତି ମଦ ବିକ୍ରି କରିବି ନାହିଁ ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ଜଣେ ଶିକ୍ଷକ ଏଭଳି ବେଆଇନ ମଦକୋଠି ଖୋଲି ମଦ ବିକ୍ରି କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ମହିଳା ମାନେ ମତ ପ୍ରକାଶ କରିଛନ୍ତି । ସେହି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ କେତେ ପ୍ରଶ୍ନ ସୃଷ୍ଟି ହେଉଥିବ ଓ କିଭଳି ଭାବେ ଶିକ୍ଷକ ନିଜର ଶିକ୍ଷାଦାନ କରୁଛନ୍ତି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଭଳି ସିନାପାଲି ବ୍ଲକ ଅଞ୍ଚଳରେ ଶହଶହ ଶିକ୍ଷକ ବେଆଇନ କାରବାରରେ ଜଡିତ ରହି ବେଆଇନ କାମ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତଦନ୍ତ କରି ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

4 × five =