pakka

ଅଗ୍ନିଶମ ଅଧିକାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଅଗ୍ନିଶମ ଅଧିକାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳ ଏକ ବହୁତ ସୁନ୍ଦର । ଏହା ସିନାପାଲି ନୁହେଁ ପ୍ରକୃତରେ ସୁନାପାଲି । ଏଠିକାର ଜନସାଧାରଣ ସରଳ, ନିଷ୍କପଟ ଓ ବେଶ୍ ସହଯୋଗୀ । ମୁଁ ଏଇଠି ରହିବା ମଧରେ ଅନେକ ଶିଖିଛି ଓ ସେବା ଦେଇଛି । ପ୍ରକୃତରେ ଜନସାଧାରଣ ମାନଙ୍କ ପ୍ରଶଂସା ହିଁ ମୋ ପାଇଁ ଦକ୍ଷ ସାର୍ଟିଫିକେଟ ବୋଲି ବିଦାୟ ନେଇଥିବା ସିନାପାଲି ଅଗ୍ନିଶମ ବାହିନୀର ଅଧିକାରୀ ସତ୍ୟବ୍ରତ ପ୍ରଧାନ ଭାବ ବିହ୍ୱଳ ହୋଇ ବିଦାୟୀ ସମାରୋହରେ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ ସିନାପାଲିରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଗତ ୨୦୧୬ ମସିହାଠାରୁ କାର୍ଯ୍ୟଭାର ନେଇ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସିଛନ୍ତି । ଏହି ଭିତରେ ଅନେକ ମହତ୍ କାର୍ଯ୍ୟ କରିଛନ୍ତି । ସିନାପାଲିର ଉଦନ୍ତୀ ନଦୀରେ ବନ୍ୟା ସମୟରେ ଫସିଯାଇଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ଏ ଅଞ୍ଚଳର ଜନସାଧାରଣରେ ଅଭୁଲା ହୋଇ ରହିବେ । ଏପରିକି ଅଞ୍ଚଳର ଆକସ୍ମିକ ଦୁର୍ଘଟଣା, ଜରୁରୀ ପରିସ୍ଥିତିରେ ନିଆଁ ଲିଭାଇବା, ହସ୍ପିଟାଲକୁ ପହଞ୍ଚାଇବା ସମେତ ଅନେକ କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସାର ପାତ୍ର ହୋଇ ରହିଥିଲେ । ସିନାପାଲି ସହରରେ ଭଳିବଲ କ୍ୟାମ୍ପ କରି ରାଜ୍ୟ ବାହାରେ ଖେଳିବାର ଅନେକ ଖେଳାଳି ଗଢିବାରେ ତାଙ୍କର ବେଶ୍ ଅବଦାନ ରହିଛି । ଶ୍ରୀ ପ୍ରଧାନ ସିନାପାଲିରୁ ଲୋଇସିଂହାକୁ ବଦଳି ହୋଇଥିବା ବେଳେ ନୂତନ ଭାବରେ ଅଗ୍ନିଶମ ବାହିନୀର ଅଧିକାରୀ ରୂପେ ନିରୋଧ କୁମାର ବିଶ୍ୱାଳ ଯୋଗଦାନ କରିଛନ୍ତି । ସେ ଏହା ପୂର୍ବରୁ ଦାରିଙ୍ଗବାଡିରେ କାର୍ଯ୍ୟରତ ଥିଲେ । ଏହି ଅଞ୍ଚଳର ସେବା ପୂର୍ବବତ୍ ଯେମିତି ଚାଲିଥିଲା ସେମିତି ଜାରିରହିବ ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି । ସ୍ୱାଗତ ଓ ବିଦାୟୀ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବରେ ସିନାପାଲି ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଏ, ଅଶୋକ ପ୍ରଧାନ, ସତ୍ୟନାରାୟଣ ପଳେଇ, ଶତୃଘନ ବାଗ, ବିଶ୍ୱମ୍ବର ଦନ୍ତା, ନନ୍ଦ କିଶୋର ସମରଥା ସମେତ ଅନେକ କର୍ମଚାରୀ ଓ ସିନାପାଲି ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ସାମାଜିକ କର୍ମୀ ତଥା ଜନସାଧାରଣ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

nineteen − 12 =

error: Content is protected !!