pakka

ଏମଏସଏମଇର ଉଦ୍ୟମ ପୋର୍ଟାଲ୍ ଏକ କୋଟି ପଞ୍ଜିକରଣର ସଫଳତା ହାସଲ କରିଛି

bbehera

ନୂଆଦିଲ୍ଲୀ, (ପିଆଇବି) : ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜିକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜିକରଣ ପୋର୍ଟାଲକୁ ୧ ଜୁଲାଇ ୨୦୨୦ ରେ ଶୁଭାରମ୍ଭ କରାଯାଇଛି । ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି । ଉଦ୍ୟମ ପୋର୍ଟାଲ୍ ସିବିଡିଟି ଏବଂ ଜିଏସଟିଏନ୍ ଡାଟାବେସ୍ ସହିତ ସଂପୃକ୍ତ ଅଟେ । ଏହା ସମ୍ପୂର୍ଣ୍ଣ ଭାବରେ ଅନଲାଇନ ଅଟେ, ଏଥିପାଇଁ କୌଣସି କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ ଏବଂ ଏହା ଏମଏସଏମଇ ପାଇଁ ବ୍ୟବସାୟକୁ ସୁଗମ କରିବା ଦିଗରେ ଏକ ପଦକ୍ଷେପ ଅଟେ । ଏହି ଅବସରରେ ସୂଚନା ପ୍ରଦାନ କରି, ଏମଏସଏମଇର କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଓ ରାଷ୍ଟ୍ର ମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଉଦ୍ୟମ ପଞ୍ଜିକରଣର ଆବଶ୍ୟକତାକୁ ଦର୍ଶାଇଥିଲେ ଓ ଏମଏସଏମଇ ର ଏକ ପରିଚୟ ଭାବରେ ଏହାର ଆବଶ୍ୟକତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହା ସହାୟତାରେ ଏମଏସଏମଇ ମନ୍ତ୍ରଣାଳୟ ଏବଂ ବ୍ୟାଙ୍କମାନଙ୍କର ସ୍କିମ୍ ଅଧୀନରେ ଏମଏସଏମଇ ଗୁଡ଼ିକ ସୁବିଧା ଲାଭ କରିପାରିବେ । ଶ୍ରୀ ରାଣେ ମଧ୍ୟ ଜିଡିପିର ଅଭିବୃଦ୍ଧି, ରପ୍ତାନୀ ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏମଏସଏମଇ ର ଅବଦାନକୁ ଗୁରୁତ୍ବ ପ୍ରଦାନ କରିଥିଲେ । ୨୫ ମାସର ଅବଧି ମଧ୍ୟରେ, ସ୍ବେଚ୍ଛାକୃତ ଭାବରେ ଉଦ୍ୟମ ପୋର୍ଟାଲରେ ୧ କୋଟି ଏମଏସଏମଇ ପଞ୍ଜୀକରଣ କରି ସାରିଛନ୍ତି ଓ ଏହା ଘୋଷଣା କରିଛନ୍ତି ଯେ ସେମାନେ ୭.୬ କୋଟି ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଯେଉଁଥିରେ ୧.୭ କୋଟି ମହିଳା ରହିଛନ୍ତି । ଏମଏସଏମଇ ମନ୍ତ୍ରଣାଳୟ, ପର୍ୟ୍ୟଟନ ମନ୍ତ୍ରଣାଳୟ ଓ ଏନଏସଆଇସି ସହିତ ଉଦ୍ୟମ ଡାଟାକୁ ସେୟାର କରିବା ପାଇଁ ଏମଓୟୁ ସ୍ବାକ୍ଷର କରିଛନ୍ତି । ଏହି ଅବସରର ଉଦ୍ୟମ ପଞ୍ଜୀକରଣ ପାଇଁ ଡିଜିଲକର ସୁବିଧାକୁ ମଧ୍ୟ ଶୁଭାରମ୍ଭ କରାଯାଇଛି ।

jay balangir
Leave A Reply

Your email address will not be published.

ten − three =

error: Content is protected !!