pakka

ମାଳଦୀପ ରାଷ୍ଟ୍ରପତିଙ୍କ ଭାରତକୁ ସରକାରୀ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବାର୍ତ୍ତା

bbehera

ନୂଆଦିଲ୍ଲୀ, (ପିଆଇବି) :
ମହାମହିମ ମୋର ବନ୍ଧୁ ରାଷ୍ଟ୍ରପତି ସୋଲିହ
ଉଭୟ ପ୍ରତିନିଧିଦଳର ସଦସ୍ୟ ବୃନ୍ଦ
ଗଣମାଧ୍ୟମ ପ୍ରତିନିଧିଗଣ
ନମସ୍କାର :
ପ୍ରଥମେ ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ସୋଲିହ ଓ ତାଙ୍କ ପ୍ରତିନିଧି ମାନଙ୍କୁ ଭାରତକୁ ସ୍ୱାଗତ ଜଣାଉଛି । ଗତ କିଛିବର୍ଷ ମଧ୍ୟରେ ଭାରତ ମାଳଦୀପ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଛି । ବୈଶ୍ୱିକ ମହାମାରୀ ସତ୍ତ୍ୱେ ଆମର ସହଯୋଗ ଏକ ବିସ୍ତୃତ ଭାଗିଦାରିତାର ସୁଯୋଗ ଦୁଇଦେଶକୁ ଦେଇଛି ।
ବନ୍ଧୁଗଣ
ଆଜି ମୁଁ ରାଷ୍ଟ୍ରପତି ସୋଲିହଙ୍କ ସହ ଅନେକ ବିଷୟରେ ଆଲୋଚନା କରିଛି । ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ଆମେ ସମୀକ୍ଷା କରିବା ସହ ଗୁରୁ୍ତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ମଧ୍ୟ ମତ ବିନିମୟ କରିଛୁ ।
ଅଳ୍ପ କିଛି ସମୟ ଆଗରୁ ଆମେ ମହାନ୍ ମାଲେ ସଂଯୋଗୀକରଣ ପ୍ରକଳ୍ପ ଆରମ୍ଭକୁ ସ୍ୱାଗତ କରିଛୁ । ଏହା ମାଲଦୀପର ବୃହତ୍ତମ ଭିତ୍ତିଭୂମି ପ୍ରକଳ୍ପ ହେବ ।
ଆଜି ମଧ୍ୟ ଆମେ ବୃହତ ମାଲେରେ ୪୦୦୦ ସାମାଜିକ ଗୃହ ୟୁନିଟ୍ ନିର୍ମାଣ ନେଇ ମଧ୍ୟ ସମୀକ୍ଷା କରିଥିଲୁ । ମୁଁ ଖୁସିର ସହ ଘୋଷଣା କରୁଛି ଯେ ଆମେ ଅତିରିକ୍ତ ୨୦୦୦ ସାମାଜିକ ଗୃହ ୟୁନିଟ୍ ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବୁ ।
ଆମେ ମଧ୍ୟ ଅତିରିକ୍ତ ଶହେ ନିୟୁତ ଡଲାର ଋଣ ଦେବାକୁ ସ୍ଥିର କରିଛୁ । ଯାହାଫଳରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହେବ ।
ବନ୍ଧୁଗଣ
ଭାରତ ମହାସାଗର ଏପାଖରୁ ସେପାଖ ପର୍ଯ୍ୟନ୍ତ ଅପରାଧ, ଆତଙ୍କବାଦ ଓ ମାଦକଦ୍ରବ୍ୟ ଚୋରାଚାଲାଣ ଏକ ଗୁରୁତର ସମସ୍ୟା ସୃଷ୍ଟି କରିଛି । ସେ ଦୃଷ୍ଟିରୁ ଭାରତ ଓ ମାଳଦୀପ ମଧ୍ୟରେ ପ୍ରତିରକ୍ଷା ଓ ନିରାପତ୍ତା ଦିଗରେ ସୁସମ୍ପର୍କ ସମଗ୍ର ଅଞ୍ଚଳର ସ୍ଥିରତା ପାଇଁ ଅବଶ୍ୟମ୍ଭାବୀ । ଏଥିରେ ମାଳଦୀପର ସୁରକ୍ଷା ଅଧିକାରୀଙ୍କ ସାମର୍ଥ୍ୟ ବୃଦ୍ଧି ଓ ତାଲିମ ମଧ୍ୟ ଅନ୍ତର୍ଭୁକ୍ତ । ମୁଁ ଖୁସିର ସହ ଘୋଷଣା କରୁଛି ଯେ ଭାରତ ମାଳଦୀପ ସୁରକ୍ଷା ବାହିନୀକୁ ୨୪ଟି ଯାନବାହାନ ଓ ଗୋଟିଏ ନୌଭେଳା ପ୍ରଦାନ କରିବ । ମାଳଦୀପର ୬୧ଟି ଦ୍ୱୀପରେ ପୁଲିସ ସୁବିଧା ପାଇଁ ଆମେ ସହଯୋଗ କରିବୁ ।
ବନ୍ଧୁଗଣ
ମାଳଦୀପ ସରକାର ୨୦୩୦ ମସିହା ସୁଦ୍ଧା ଅଙ୍ଗାରକାମ୍ଳ ଉତ୍ସରଣ ଶୂନରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ମୁଁ ରାଷ୍ଟ୍ରପତି ସୋଲେହ୍ଙ୍କୁ ଏପରି ଅଙ୍ଗୀକାରବଦ୍ଧତା ନିମନ୍ତେ ଅଭିନନ୍ଦନ ଜଣାଇବା ସହ ମାଲଦୀପ ଏହି ଲକ୍ଷ୍ୟପୁରଣ ପାଇଁ ଯାହା ସାହାଯ୍ୟ ଚାହିଁବ ଆମେ ତାହା ଯୋଗାଇଦେବୁ । ଭାରତ ଗୋଟିଏ ବିଶ୍ୱ, ଗୋଟିଏ ସୂର୍ଯ୍ୟ ଓ ଆନ୍ତର୍ଜାତିକ ଗୋଟିଏ ଗ୍ରୀଡ୍ରେ ବିଶ୍ୱାସ କରୁଥିବାରୁ ଆମେ ମାଳଦ୍ୱୀପ ସହ ମିଶି ଦୃଢ ପଦକ୍ଷେପ ନେଇପାରିବୁ ।
ବନ୍ଧୁଗଣ
ଆଜି ଭାରତ-ମାଳଦୀପ ଭାଗିଦାରିତା କେବଳ ଦୁଇ ଦେଶର ନାଗରିକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁନାହିଁ , ବରଂ ଏହି ଅଞ୍ଚଳର ଶାନ୍ତି, ସମୃଦ୍ଧି ଓ ସ୍ଥିରତାର ଏକ ଉତ୍ସ ପାଲଟିଛି ।
ମାଳଦୀପର ଯେକୌଣସି ଜଟିଳ ପରିସ୍ଥିତି ଓ ଆବଶ୍ୟକତା ପାଇଁ ଭାରତ ପ୍ରଥମେ ବନ୍ଧୁତ୍ୱର ହାତ ବଢାଇବ । ମୁଁ ରାଷ୍ଟ୍ରପତି ସୋଲିହ ଓ ତାଙ୍କ ପ୍ରତିନିଧି ଦଳର ଭାରତରେ ଏକ ସୁଖକର ଗସ୍ତ କାମନା କରୁଛି ।
ଅଶେଷ ଧନ୍ୟବାଦ ।

jay balangir
Leave A Reply

Your email address will not be published.

11 + 2 =