ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ କର୍ମସ୍ଥଳୀରେ ନାରୀମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ତଥା ନାରୀ ସୁରକ୍ଷା ସଂପର୍କୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସାଂପ୍ରତିକ ସ୍ଥିତିରେ ନାରୀ ଉପରେ ହେଉଥିବା ଆଶାଳୀନ ବ୍ୟବହାର, ନିର୍ଯ୍ୟାତନା ସଂପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଅଧ୍ୟକ୍ଷ ଶ୍ରୀ ବାରିକ ମହାବିଦ୍ୟାଳୟର ଶୃଙ୍ଖଳା ତଥା ନାରୀ ସୁରକ୍ଷା ପାଇଁ ଗଠିତ ଆଇସିସି କମିଟି ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଆଇସିସି କମିଟିର ମୁଖ୍ୟ ସଦସ୍ୟା ପ୍ରାଧ୍ୟାପିକା ମୀନା କୁମାରୀ ସାହୁ ଛାତ୍ରଛାତ୍ରୀମାନଙ୍କ ଉପରେ ବିଭିନ୍ନ ସ୍ଥାନରେ ହେଉଥିବା ମାନସିକ ନିର୍ଯ୍ୟାତନା ଉପରେ ସଚେତନ ହେବା ସଂପର୍କରେ ବକ୍ତବ୍ୟ ରଖିଥିଲେ । ସଭା ଶେଷରେ ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.