jsm

ବରଗଡ଼ ମାଟିରେ କୋସଲି ଭାଷା ଆନ୍ଦୋଳନର ପ୍ରଥମ ପାହାଚ

csstore

ବରଗଡ଼, (କେପିଏନ୍‌ଏସ୍‌) : ରବିବାର ସଂଧ୍ୟା ୬.୩୦ରେ ବରଗଡ଼ କୋସଲି ଭାଷା ସାହିତ୍ୟ ପରିଷଦର ପ୍ରଥମ ଅଧିବେଶନ ଅନ୍‌ଲାଇନ୍‌ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଶିଷ୍ଟ ଗୀତିକାର ଶରତଚନ୍ଦ୍ର ପାଢୀ ସଭାପତିତ୍ୱ କରିଥିବା ବେଳେ ପ୍ରାରମ୍ଭିକ ସଭା ଓ ପରିଷଦର ମୂଳ ଉଦ୍ଦେଶ୍ୟ ଉପରେ ଧାରା ବିବରଣୀ ରଖିଥିଲେ ପ୍ରତିଷ୍ଠାତା କବି ହେମନ୍ତ କୁମାର ଦୀପ ଯାଦବ । ଉକ୍ତ ସଭାରେ ମାର୍ଗଦର୍ଶକ ଓ ଉପଦେଷ୍ଟା ଭାବରେ ବରିଷ୍ଠ ଭାଷା, ସଂସ୍କୃତି ଗବେଷକ ବଲାଙ୍ଗିର ମାଟିର ନିମାଇଁ ଚରଣ ପାଣିଗ୍ରାହୀ ଏବଂ ସଙ୍ଗୀତ ଗୁରୁ ଗୁରୁଶ୍ରୀ ଡ଼. ଘାସିରାମ ମିଶ୍ର ଆସର ପରିଚାଳନା କରିଥିଲେ । ବରିଷ୍ଠ କୋସଲି କବି ବିନୟ କୁମାର ଦାଶ କୋସଲି ଭାଷା ଓ ପ୍ରତିଭା ସମ୍ପଦ ବଜାୟ ନିମନ୍ତେ ଅଭିଭାଷଣ ପ୍ରଦାନ କଲା ବେଳେ ଅନେକେ କୋସଲି ଭାଷାର ଅସ୍ମିତା ଏବଂ ବରଗଡ଼ ମାଟିରେ ଏହାର ସମ୍ପଦ ସୃଷ୍ଟି କରିବା ଏବଂ ଅନୁଷ୍ଠାନଟିର ଗତାନୁଗତିକ ଉତ୍ତରଣ ଓ ସମୃଦ୍ଧି ସକାଶେ ନିଜ ନିଜ ମନ୍ତବ୍ୟ ରଖିଥିଲେ । କଲାଦହନା ଅନୁଷ୍ଠାନର ପ୍ରତିଷ୍ଠାତା କବି ଦିନେଶ ଭୋଇଙ୍କ ଆନୁଗତ୍ୟରେ ଉକ୍ତ ସେମିନାରର ଯୋଗାଯୋଗ ଦାୟିତ୍ୱରେ ଏହି ସଭାରେ କ୍ଷୀରୋଦ୍ର କୁମାର ସାହୁ, ବଲ୍ଲଭ ସାହୁ ,ଧର୍ମେନ୍ଦ୍ର ପ୍ରଧାନ, ସନ୍ତୋଷିନୀ ନାଗ, ତପନ କୁମାର ସାହୁ, ଲାଲଚନ ବଗର୍ତ୍ତୀ, ସଙ୍ଗୀତା ଦୀପ, ଶ୍ରୀପାଳ ପଣ୍ଡା, ଯୋଗମାୟା ପ୍ରଧାନ, ଏହିପରି ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ପାଟଣାଗଡ଼, ସମ୍ବଲପୁର, କଣ୍ଟାବାଞ୍ଜି, ରାୟଗଡ ପରି ବିଭିନ୍ନ ସୁଦୂର ଅଞ୍ଚଳରୁ କୋସଲି ପ୍ରୀତି ରଖୁଥିବା ଆଗ୍ରହୀ ପ୍ରତିଭାମାନେ ଯୋଗଦେଇ ଆସରଟିକୁ ସାଫଲ୍ୟ କରାଇଥିଲେ ଏବଂ ୫୦ରୁ ଅଧିକ କବି ନିଜର ମତାମତ ରଖିଥିଲେ । ଏହି ଅନୁଷ୍ଠାନର ମୂଳଲକ୍ଷ୍ୟ ହେଲା କୋସଲି ଭାଷା ସାହିତ୍ୟର ବିକାଶ ସହ ଅବହେଳିତ ଓ ଅନାଲୋଚିତ ପ୍ରତିଭାମାନଙ୍କୁ ଆଗକୁ ଆଣି ତାଙ୍କୁ ଏକ ଦିଗ ପ୍ରଦାନ କରିବା ସହ, ବରଗଡ଼ ମାଟିରେ ସର୍ବାଧିକ ଅବହେଳିତ ସଂଖ୍ୟା ଦୃଷ୍ଟିଗୋଚର ହେଉଥିବାରୁ ଏଇ ମାଟିରେ ସର୍ବପ୍ରଥମ ଅନୁଷ୍ଠାନ ତିଆରି କରାଗଲା । ଏହି ଅନୁଷ୍ଠାନ କବିତାରେ ସିମୀତ ନ ରହି ଭାଷାର ଅନ୍ୟ ଦିଗ ଯେମିତିକି ଗଳ୍ପ, ପ୍ରବନ୍ଧ, ଆଲୋଚନା, ଶିଶୁ ସାହିତ୍ୟ ଓ ଉପନ୍ୟାସ ସହ ନାଟକ ଓ ପର୍ଯ୍ୟଟନ ଉପରେ ଆଗକୁ ସେମିନାର କରିବାକୁ ଲକ୍ଷ୍ୟ ରଖିଛି । ଏଥିରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ଓ ଆଶା ପରିଲକ୍ଷିତ ହୋଇଥିଲା । ପରିଶେଷରେ କବି ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତିଙ୍କ ଅନ୍ତିମ ଅଭିଭାଷଣରେ ସଭା ସାଙ୍ଗ କରାଯାଇଥିଲା ।

yuvodaya
Leave A Reply

Your email address will not be published.