ଜଳୁଛି ସାରା ଓଡ଼ିଶା : ୬ ସହର ୪୦ ଉପରେ

ଭୁବନେଶ୍ୱର : ଜଳୁଛି ସାରା ଓଡ଼ିଶା । ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ । ଆଜି ଦିନ ସାଢ଼େ ୨ ସୁଦ୍ଧା ଭୁବନେଶ୍ୱର ସମେତ ୬ ସହରରେ ପାରଦ ୪୦ ଡିଗ୍ରୀ ପାର କରିଛି । ଭୁବନେଶ୍ୱରରେ ସର୍ବାଧିକ ୪୧.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ ୪୧.୬, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ୱର ୪୦.୫ ଡିଗ୍ରୀ, ସମ୍ବଲପୁରରେ ୪୦.୩, କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଆସନ୍ତା ୨୦ ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.

19 − 15 =