
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲୋକଙ୍କୁ ମିଳୁନି ଗାଧୁଆଘାଟ କି ଗୋଟିଏ ପାହାଚ, କାହା ସ୍ୱାର୍ଥରେ ଏଠି ଜଙ୍ଗଳରେ ତିଆରି ହୋଇଛି ସୁନ୍ଦର ପାହାଚ । ଆପଣମାନେ ଏଦୃଶ୍ୟ ଦେଖି ଜାଣି ପାରୁଥିବେ କେତେ ସୁନ୍ଦର ପାହାଚ, ନା ଏଠାରେ ଅଛି ଘର, ନା ଗାଁ ଦାଣ୍ଡ ଦୁଆର । କାହା ଇସାରାରେ ଧୂଳିମାଟି ପରି ହେଉଛି କୋଟି କୋଟି ଟଙ୍କା ହରିଲୁଟ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ବାଘଝରଣ ଜଙ୍ଗଲରେ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହେଉଛି କୋଟି କୋଟି ଟଙ୍କାର କାମ, ଏଥିରେ ମେସିନ ଓ ଠିକାଦାର ସମ୍ପୂର୍ଣ୍ଣ ମନା ଥିବାରୁ ଅଳ୍ପ ମାଟି କାମକରି ଅଧିକ ମେଟାରିଆଲରେ ଦେଖେଇ ନିମ୍ନମାନର କାମ କରି, ତଳୁ ଉପରଯାଏ ମିଳିମିଶି ଠିକାଦାରୀ ପ୍ରଥାରେ କାମ ଚାଲିଥିବା ସାଧାରଣ ମହଲରେ ଚର୍ଚ୍ଚା । ଏପଟେ ଶ୍ରମିକ କାମ କରି ବର୍ଷ ବର୍ଷ ଧରି ପଇସା ନପାଇ ଦାଦନ ଯାଉଥିବା ନା ଥମୁନି, ଭଡାଟିଆ ଜବକାର୍ଡଧାରୀ ଘରେ ବସି ମାଲେ ମାଲ ହେଉଥିବା ଚର୍ଚ୍ଚା ଲାଗି ରହିଛି । ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଥିବା ଜଣାଯାଇଛି । ବାକି ରହିଲା ପ୍ରଶାସନର ତଦନ୍ତ ପରେ କଣ ପଦକ୍ଷେପ ନା ସଲା ସୁତୁରାରେ ଘଟଣା ଚାପି ହେଉଛି । ବ୍ଲକରେ ସବୁବେଳେ ମନରେଗା ଯୋଜନାର ଦୁର୍ନୀତି ଲାଗି ରହିଥିବାରୁ ସାଧାରଣ ମହଲରେ ଭିଜିଲାସନ୍ସ ତଦନ୍ତ କରିବାକୁ ଦାବୀ କରୁଥିବା ଖବର ଜଣାଯାଇଛି ।