csstore

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜୟନ୍ତୀ ଦିନ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ବିଜୁ ଜନତା ଦଳ ଲୋଇସିଂହା ତରଫରୁ ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସମେଲ ପଂଚାୟତଠାରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ୩୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ବରିହା, ଲୋଇସିଂହା ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ଜୋସ୍ନାମୟୀ ନାଗ, ବିଜେଡି ଜିଲ୍ଲା ସମ୍ପାଦକ ନେହେରୁ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ । ପଦଯାତ୍ରା ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ପାଣ୍ଠିରୁ କୁସମେଲ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ଅମୃତ ଧାରା ପାଇଁ ଶୁଭ ଦେବା ସହିତ ଗ୍ରାମସାରା ପଦଯାତ୍ରା କରିଥିଲେ ଓ ପରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭ ହେବା ପୂର୍ବରୁ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କୁ ବିଭିନ୍ନ ଯୋଜନା ଓ ରାଜ୍ୟ ସାରା ଯେଉଁ ବିଭିନ୍ନ ଉନ୍ନୟନମୂଳକ କାମ ଚାଲିଛି ସେ ସମ୍ପର୍କରେ ଅତିଥିମାନେ ନିଜ ବକ୍ତବ୍ୟରେ ଅଭିଭାଷଣ ରଖିଥିଲେ । ଏହି ପଦଯାତ୍ରାକୁ ଜୟଦେବ ବାରିକ, ଅଂଶୁମାନ ଗୁରୁ, ସମ୍ପଦ ଭୁଏ, କୈଳାଶ ବିଶ୍ୱାଳ, ଦେବରାଜ ସେଠ, ମୁକେଶ, ରାଜୁ ଶର୍ମା ପ୍ରମୁଖ ସହାୟତା କରିଥିଲେ ।

jayashree
Leave A Reply

Your email address will not be published.