jsm

ନୂଆପଡା ଜିଲ୍ଲା କଂଗ୍ରେସର ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

csstore

ନୂଆପଡା, (କେପିଏନଏସ) : ସ୍ଥାନୀୟ ପୋଲିସ ପଡ଼ିଆ ଏନ୍‌ଏସି କଲ୍ୟାଣ ମଣ୍ଡପଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ
ଅନୁମୋଦନକ୍ରମେ ଜିଲ୍ଲା କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ପରେ ଜିଲ୍ଲା ସଭାପତି ଘାସିରାମ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ନୂତନ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ସଭାପତି ମାଝି ଓ ୫ ଉପସଭାପତି ଭରତ ଲାଲ ରାଉତ, ବିରଞ୍ଚି ବାଗ, ଡ. ଈଶ୍ୱର ବୈଷ୍ଣବ, ହୀରା ପଟେଲ, ଏମ୍‌ଡି ଫାରୁକ ମହମ୍ମଦ ଓ ଉଷା ଚନ୍ଦ୍ରକାରଙ୍କ ସମେତ ନୂଆପଡା ଏନ୍‌ଏସି ସଭାପତି ମହେଶ ନିଆଲ, ଖରିଆର ଏନ୍ଏସି ସଭାପତି ପ୍ରବୀର ରଞ୍ଜନ ପଟ୍ଟନାୟକ, ଖରିଆରରୋଡ୍ ଏନ୍‌ଏସି ସଭାପତି ପବନ ଶର୍ମା, ନୂଆପଡ଼ା ବ୍ଲକ ସଭାପତି ସୌରଭ ଚନ୍ଦ୍ରକାର, କୋମନା ବ୍ଲକର ନୀଳାଚଳ ମହାନନ୍ଦ, ଖରିଆର ବ୍ଲକ ବୃଦ୍ଧଦେବ ବେହେରା, ବୋଡେନ ବ୍ଲକ ଭାଗେ ଦଣ୍ଡସେନା ଓ ସିନାପାଲି ବ୍ଲକ ସଭାପତି ଭାବେ ଗଜାନନ୍ଦ କଟାଙ୍କୁ ମନୋନୀତ କରାଯାଇଛି । ସେହିପରି ୯ ଜଣ ସାଧାରଣ ସମ୍ପାଦକ, ୨୦ ଜଣ ସମ୍ପାଦକ, ୨୧ ଜଣ କାର୍ଯ୍ୟନିର୍ବାହୀ ସଭ୍ୟ ଓ ମୃତ୍ୟୁଞ୍ଜୟ ଗୁରୁଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରାଯାଇଛି । ଆଗକୁ ପଞ୍ଚାୟତ ଓ ପୌର ପରିଷଦ ନିର୍ବାଚନ ଆସୁଥିବାରୁ ଏବେ ଠାରୁ ସମସ୍ତ କର୍ମକର୍ତ୍ତା ଓ କର୍ମୀ ସଂଗଠନକୁ ସୁଦୃଢ଼ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରିବା ପାଇଁ ଶପଥ ଗ୍ରହଣ କରିଛନ୍ତି । ସୁଧୀର ମିଶ୍ର ସଭା ପରିଚାଳନା କରିଥିବା ବେଳେ ହେମୁ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.