csstore

ଅଗ୍ରୱାଲ ସଭା କଂଟାବାଂଜି ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

  • ଗୋଟିଏ ମଂଚରେ ସବୁ ବର୍ଗର ନେତା ଏବଂ ସାମାଜିକ କର୍ମୀ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଅଗ୍ରୱାଲ ସଭା ଟ୍ରଷ୍ଟଦ୍ୱାରା ମଙ୍ଗଲବାର ସଂଧ୍ୟାରେ ସ୍ଥାନୀୟ ହରିଭବନରେ ଏକ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ନୂଆଁଖାଇ ପାଳନର ମହତ୍ୱ ଉପରେ ନିଜ ନିଜ ମତ ଦେଇଥିଲେ । ଅଗ୍ରୱାଲ ସଭା ଟ୍ରଷ୍ଟର ସଭାପତି ସୁରେଶ କୁମାର ଆର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନୂଆଁଖାଇ ପର୍ବ ପାଳନ ଉପରେ ଏକ ସାଧାରଣ ସଭା ହୋଇଥିଲା । ଏହି ସଭାରେ ପୂର୍ବତନ ବିଧାୟକ ଆୟୁବ ଖାନ, ଏନ୍‌.ଏ.ସି. ନଗରପାଳ ବରିୟାମ ସିଂ ସାଲୁଜା, ଭାଜପା ବିଧାୟକ ପ୍ରାଥୀ ଲକ୍ଷ୍ମଣ ବାଗ, ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାଶ, ସାମାଜିକ କର୍ମୀ ଗିରିରାଜ ମାଝି, ଆମ ଆଦମୀ ପାର୍ଟି ନେତା ସୁରଥ ବେହେରା, ଆଇନଜୀବୀ ଅଶୋକ କୁମାର ଦାଶ, ଶିକ୍ଷାବିଦ୍‌ ଚିନ୍ମୟ କୁମାର ଯୋଷୀ, ଘନଶ୍ୟାମ ଗହିର, ସାମାଜିକ କର୍ମୀ ରାଜେନ୍ଦ୍ର ବେହେରା, ପ୍ରଦିପ କୁମାର ବାଗ, ଜିଲ୍ଲା ସଂଘର୍ଷ ସମିତି ସଭାପତି ଶେଷଦେବ ପୁଟେଲ, ଖବରଦାତା ଗୁରୁଦୟାଲ ହଂସ, ବରିଷ୍ଠ ନାଗରିକ କୁଞ୍ଜ ବିହାରି ବେହେରା ନୂଆଁଖାଇ ପାଳନର ମହତ୍ୱ ଉପରେ ନିଜର ମତ ଦେଇଥିଲେ । କଂଟାବାଂଜି ସହରରେ ପ୍ରଥମ ଥର ପାଇଁ ମାରୱାଡି ସମାଜର ଅଗୱାଲ ସଭାଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ କଂଟାବାଂଜି ନଗରବାସୀଙ୍କ ତରଫରୁ ସାଧୁବାଦ୍‌ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ସୁବାଷ ଅଗ୍ରୱାଲ, ସଂପାଦକ ସଂଜୟ ଗାନ୍ଧୀ ଅଗ୍ରୱାଲ, ସଂଜୟ ଢାବର ଅଗ୍ରୱାଲ, ଅଶୋକ ଅଗ୍ରୱାଲ ନବୀନ ଅଗ୍ରୱାଲ ସହ ଗୋପାଲ ବଂଶଲ ଆଦି ସହଯୋଗ କରିବା ସହିତ ଆଗାମୀ ବର୍ଷ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ନିଷ୍ପତି ନେଇଥିଲେ ।କାର୍ଯ୍ୟକ୍ରମଟିକୁ କୈଲାଶ ନେରୋଲାକ ମଂଚ ପରିଚାଳନା କରିଥିଲେ । ନୂଆଁଖାତ୍ତ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ସବୁ ଧର୍ମ ଏବଂ ବିଭିନ୍ନ ବର୍ଗର ଲୋକେ ଏକାକାର ହୋଇ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.