csstore

ମୁଣ୍ଡପଦର ପଞ୍ଚାୟତ ଅଫିସ୍‌ କାର୍ଯ୍ୟାଳୟରେ ଜିଆର୍‌ଏସ୍‌ର ଅନୁପସ୍ଥିତି ଯୋଗୁଁ ନୂତନ ଜିଆର୍‌ଏସ୍‌ ନିଯୁକ୍ତି ପାଇଁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ଜିଆର୍‌ଏସ୍‌ ଅନୁପସ୍ଥିତି ଯୋଗୁଁ ନୂତନ ଜିଆର୍‌ଏସ୍‌ ନିଯୁକ୍ତି ପାଇଁ ଆଜି ଗ୍ରାମବାସୀ ବଙ୍ଗୋମୁଣ୍ଡା ବ୍ଲକର ଦ୍ୱାରସ୍ଥ ହୋଇ ବିଡ଼ିଓ ରିପୁନାଥ ସୁନାଙ୍କ ଅନୁପସ୍ଥିତିରେ ଏକାଉଣ୍ଟ ଅଫିସର ଜ୍ୟୋତିପ୍ରକାଶ ମିଶ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ, ମୁଣ୍ଡପଦର ଜିଆରଏସ ବେଣୁଧର ମହାକୁରର ଅନୁପସ୍ଥିତି ଯୋଗୁଁ ପଞ୍ଚାୟତବାସୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକଙ୍କ ଜବ କାର୍ଡ କଟିଯାଇଛି । ନୂତନ ଜବକାର୍ଡ କରିବା ପାଇଁ ଅସୁବିଧା ହେଉଛି । ବହୁତ ଲୋକଙ୍କ ପିଏମ୍‌ଏୱାଇର ଏମ୍‌ଆର ଟଙ୍କା ପାଇ ନାହାନ୍ତି ଓ ପିଏମ୍‌ଏୱାଇର ଏମ୍‌ଆର୍‌ କାଢି ଟଙ୍କା ଡିମାଣ୍ଡ କରି ସେହି ଏମ୍‌ଆର୍‌କୁ ମଧ୍ୟ ଟଙ୍କା ମିଳିନଥିବାରୁ ୦ କରାଯାଇଛି । ଫାର୍ମଫଣ୍ଡ କାର୍ଯ୍ୟ ସରିଛି କିନ୍ତୁ ଟଙ୍କା ଡିମାଣ୍ଡ କରି ତାହା ମଧ୍ୟ ଅଧୁରା ପେମେଣ୍ଟ କରିଛନ୍ତି । ଏହି ପଂଚାୟତରେ ଦୁର୍ନୀତି ଉପରେ ଦୁର୍ନୀତି ଚାଲିଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ମୁଣ୍ଡପଦର ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ଜିଆର୍‌ଏସ୍‌ର ଅନୁପସ୍ଥିତି ଯୋଗୁଁ ନୂତନ ଜିଆର୍‌ଏସ୍‌ ନିଯୁକ୍ତି ନ କଲେ ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି । ଏଥିରେ ଯୁବନେତା ବୁଦ୍ଧଦେବ ଛୁରା, କମଳ ଛୁରା, ନୀଳକଣ୍ଠ ଭୋଇ, ରାମଚନ୍ଦ୍ର ଭୋଇ, ସୁରେଶ ଭୋଇ, ପପୁ ସିଂ ଭୋଇ, ପୂର୍ଣ୍ଣଚନ୍ଦ୍ର ଗହିର, ପିତମ ଛୁରା, ବ୍ରଜ କିଶୋର ଭୋଇ, ପବିତ୍ର ଭୋଇ, ହେମ ସାହୁ, ଜଗଶନ ଭୋଇ ପ୍ରମୁଖଙ୍କ ସହ ଶତାଧିକ ମହିଳା ଓ ପୁରୁଷ ମାନେ ସାମିଲ ଥିଲେ ।

jayashree
Leave A Reply

Your email address will not be published.