
ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୨ଟା ସମୟରେ ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ଗାଁ ନିକଟରେ ଥିବା ପର୍ଯ୍ୟଟନସ୍ତଳୀ ଭୀମପାହାଡ଼ରେ ବିଜେପି ନେତା ତଥା ଗତ ଜିଲ୍ଲା ପରିଷଦ ୧୩ ଜୋନରୁ ସଭ୍ୟ ଭାବେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡ. ଶଶୀ ଭୂଷଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯେଇଛି । ଏହି ଅବସରରେ ଅତିଥି ଭାବେ ଜଣାଶୁଣା ରାବଣ କଳାକାର ଶତୃଘ୍ନ ବେହେରା, ତାଙ୍କ ପତ୍ନୀ ପ୍ରତିମା ବେହେରା ସହ ଦେଓଗାଁ ବ୍ଳକ ବନ୍ଧପଡ଼ା ଜୋନର ବିଜେପି ସଭାପତି ବାସୁଦେବ ସିଂ ନିନା, ବଲାଙ୍ଗିର ବ୍ଳକର ପୂର୍ବ ସଭାପତି ଅଶୋକ ଚାନ୍ଦ, ଜ୍ୟୋତି ପ୍ରକାଶ ରାଉତ(କୁଶଙ୍ଗ), ପୂର୍ବ ବୌଦ ଜିଳ୍ଲା ସଭାପତି ସରୋଜ ମେହେର, ହିତେଶ ସାହୁ, ଶ୍ରୀକର ପଧାନ, ରାଜେଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସିତାଂଶୁ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଆୟୋଜକ ଡ.ଶଶୀ ଭୂଷଣ ସାହୁ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ ସହ ପୁଇଁନ୍ତଲା, ବଲାଙ୍ଗିର ସଦର ବ୍ଳକର ପ୍ରାୟ ୪ଶହ ଅଧିକ ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରତନ ବାରିକ, ସୁବଲ ଚରଣ ରଣା, ବାବୁଲାଲ ପଧାନ, ମୋହନ ସାହୁ, ଜୋତିଲ ବାରିକ, ନିରାକାର ସାହୁ, ପଞ୍ଚୁ ମହାନନ୍ଦ, ମିତ୍ରଭାନୁ ବାରିକ, ତେଜରାଜ ପଧାନ, ବିଦ୍ୟାଧର ନାଏକ, ବିକ୍ରମ ସାହୁ, ଈଶ୍ୱର ପଧାନ ନୀଳକଣ୍ଠ ପଧାନ, ରାଜକିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ ।