ଆସନ୍ତା କାଲି ହଳଦିଆ ତେଲି ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପୁଞ୍ଜିପଥର ଠାରେ ହଳଦିଆ ତେଲି ସମାଜର ମହାଜୋଟ ବା ନୂଆଁଖାଇ ଭେଟ୍‌ଘାଟ୍‌ ମହୋତ୍ସବ ଅନୁଷ୍ଠିତ ହେବ । ଛତିଶଗଡ ଓ ଓଡିଶାର ହଳଦିଆ ତେଲି ସମାଜର ଲୋକମାନେ ହାଜର ସଂଖ୍ୟାରେ ଯୋଗ ଦେବାକୁ ଥିବା ବେଳେ ମନ୍ତ୍ରୀ ରୀତା ସାହୁ ଓ ଦେବେଶ ଆଚାର୍ଯ୍ୟ ଅତିଥି ରୂପେ ଆସି ଉଦ୍‌ବୋଧନ ଦେବେ । ବିଡ଼ିଓ ସାହୁ ମୁଖ୍ୟ ବକ୍ତା ରୂପେ ନିମନ୍ତ୍ରିତ ହୋଇଥିବା ବେଳେ ନାଟ୍ୟକାର ରାଜକୁମାର ସାହୁ ଓ ଆରତୀ ସାହୁ ସଂଯୋଜନା କରିବେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାତ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବାକୁ ଥିବା ବେଳେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାନ ହେବାକୁ ଥିବା ବେଳେ ତେଲି ସମାଜର ସମ୍ପାଦକ ତଥା ବିଜେପୁର ବ୍ଲକ ଚେୟାରପାର୍ସନ ମୋତିରାମ ସାହୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ସମସ୍ତ ଜାତି ଭାଇଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

eight − 3 =

error: Content is protected !!