pakka

ସୁବର୍ଣ୍ଣପୁରରେ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ରେ ଯୋଗ ଦେଲେ ବିଧାୟକ ନରସିଂହ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁରରେ ବିଗୁଲ୍‌ ଟିଭି ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ଏକତା, ସଂସ୍କୃତି ଓ ପରମ୍ପରାର ପର୍ବ ହେଉଛି ନୂଆଁଖାଇ । ଚାଷୀ ତା’ର କଷ୍ଟଲବ୍ଧ ଉପାର୍ଜନ ଧାନକୁ ତା’ର ଇଷ୍ଟଦେବୀକୁ ପ୍ରଥମ ଅନ୍ନ ସମର୍ପଣର ପରମ୍ପରାର ଅନ୍ୟନାମ ନୂଆଁଖାଇ, କିନ୍ତୁ ଦୁଃଖ ଲାଗେ ଆଜି କୃଷିଭିତ୍ତିକ ପର୍ବର ମୁଖ୍ୟ ନାୟକ ଚାଷୀ ତା’ର ଉତ୍ପାଦିତ ଧାନର ଉଚିତ୍ ମୂଲ୍ୟ ପାଉନାହିଁ । ସୁବର୍ଣ୍ଣପୁରରେ ଜଳ ସେଚନ ଶୁନ । ନିଯୁକ୍ତି ବିକାଶ କ୍ଷେତ୍ରରେ ପଛୁଆ ହୋଇ ରହିଛି ଏ ଜିଲ୍ଲା । ଆମକୁ ଏହାର ହୃତ୍ ଗୌରବ ଫେରି ପାଇବାକୁ ହେଲେ ଜୋରଦାର ଆନ୍ଦୋଳନ ଦରକାର । ସନ୍ଥ ଭୀମ ଭୋଇ ତଥା ବାନ୍ଧକଳା ପାଇଁ ବିଶ୍ୱ ବିଦିତ ଏ ମାଟି । ସ୍ୱର୍ଗତ ଚତୁର୍ଭୁଜ ରାୟଗୁରୁ ଭଳି ବୈଦ୍ୟଙ୍କୁ ଜନ୍ମ ଦେଇଛି ଏ ମାଟି । ଏହାର ବିକାଶ ଦିଗରେ ସମସ୍ତେ ଏକ ହୋଇ ଲଢ଼େଇ ଜରୁରୀ ବୋଲି ସୁବର୍ଣ୍ଣପୁର ଭୀମ ଭୋଇ କଲ୍ୟାଣ ମଣ୍ଡପଠାରେ ବିଗୁଲ୍ ଟିଭି ପକ୍ଷରୁ ଅନୁଷ୍ଠିତ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଲେ ବିଧାୟକ ନରସିଂହ ମିଶ୍ର । ପରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ତଥା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କଲେ ଶ୍ରୀ ମିଶ୍ର ।

Leave A Reply

Your email address will not be published.

seven − 3 =