pakka

କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ଓ କୋଶଲ ସେନାର ଖବରଦାତା ସମ୍ମିଳନୀ : ସ୍ୱତନ୍ତ୍ର କୋଶଲ ରାଏଜ ଦାବୀରେ ସେପ୍ଟେମ୍ବର ୭ ବନ୍ଦ ଡାକରା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ରବିବାର ସନ୍ଧ୍ୟା ସାଢେ ଛଅଟାରେ ସ୍ୱତନ୍ତ୍ର କୋଶଲ ରାଏଜ ଦାବୀ ନେଇ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋଶଲ ରାଏଜ୍‌ ମୁକ୍ତି ମୋର୍ଚ୍ଚା ଓ କୋଶଲ ସେନାର ମିଳିତ ଖବରଦାତା ସମ୍ମିଳନୀରେ ଆଗାମୀ ସେପ୍ଟେମ୍ବର ୭ ତାରିଖ ଦିନ ୧୧ଗୋଟି ଜିଲ୍ଲାରେ କୋଶଲ ରାଜ୍ୟ ଦାବୀ ମହାବନ୍ଦ ଡାକରାକୁ କଂଟାବାଂଜିରେ ସଫଳ କରିବା ପାଇଁ ବିଭିନ୍ନ ସଂଗଠନକୁ ନିବେଦନ କରାଯାଇଛି । ଏହି ଖବରଦାତା ସମ୍ମିଳନୀରେ ଜଏଂଟ ଏକ୍ସନ କମିଟି ତଥା ଯୁଗ୍ମ ସଂଚାଳନ କମିଟିର ଆବାହକ ଜନାର୍ଦ୍ଦନ ସିଂହ, କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ଆବାହକ ସପୁନ ଅଚ୍ୟୁତ ଖମାରି, କୋଶଲ ସେନା ଆବାହକ କୌସ୍ତୁଭ ସାହୁ, କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ସଭାପତି ସାଗର ଚରଣ ଦାସଙ୍କ ଉପସ୍ଥିତିରେ କଂଟାବାଂଜିରେ କୋଶଲ ସେନା ଗଠନ କରାଯାଇଛି । ଏହି ସେନାରେ ରଂଜନ ମହାପାତ୍ର(ସଭାପତି), ରାଜୁ ବାରିକ(ଉପସଭାପତି) ସଂପାଦକ ଜତିନ କୁମାର ମହାନ୍ତି, ସହ ସଂପାଦକ କାହ୍ନା ଦିପ, କୋଷାଧ୍ୟକ୍ଷ ଜଗଦିସ ନାଗ, ସହକୋଷାଧ୍ୟକ୍ଷ ସୋମନାଥ ସାହୁ, ସହ ଉପଦେଷ୍ଟା ଭାବେ ଲେକେଶ ଭୋଇ, ବିଧୁଭୂଷଣ ଗୁରୁ, ସଚିଦାନନ୍ଦ ଶତପଥି ମନୋନୀତ ହୋଇଛନ୍ତି । ଆଗାମୀ ସେପ୍ଟେମ୍ବର ୭ ତାରିଖ କୋଶଲ ମହାବନ୍ଦକୁ ସଫଳ କରିବା ପାଇଁ ସହରର ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ, କ୍ଲବ, ଗୋଷ୍ଠୀ, ସାମାଜିକ ଅନୁଷ୍ଠାନ ସହ ସଂଘକୁ ଅନୁରୋଧ କରାଯିବା ପାଇଁ ନିଷ୍ପତି ନେବା ସହ କୋଶଲ ରାଏଜ ଗଠନ ହେଲେ ହିଁ କୋଶଳାଂଚଳର ଉନ୍ନତି ସମ୍ଭବ ବୋଲି ଉପସ୍ଥିତ ସଂଗ୍ରାମୀମାନେ ମତପୋଷଣ କରିଥିଲେ ।

Leave A Reply

Your email address will not be published.

seventeen − 12 =