pakka

ଶିରାବାହାଲ ଓ ମହଲାଇରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଶିରାବାହାଲରେ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଅତିଥି ଭାବେ ଦେବେନ୍ଦ୍ର ଭୋଇ, ପ୍ରଦୀପ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ସଭାକୁ ବିଧାନ ବିଶ୍ୱାଲ ଓ ସାଂକୃତିକ କାର୍ଯ୍ୟକ୍ରମକୁ ଅବନୀ ପଧାନ ଓ ଅବନୀ ସାହୁ ପରିଚାଳନା କରିଥିଲେ । ପ୍ରଫୁଲ୍ଲ ପୋଡ଼ ଧନ୍ୟବାଦ ଦେଇଥିଲେ । ସେହିପରି ମହଲାଇରେ ଜୟ ମାଁ ଦୂର୍ଗା ଫାଉଣ୍ଡେସନ ପକ୍ଷରୁ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଅତିଥି ଭାବେ ଚିତ୍ତରଞ୍ଜନ ସାହୁ, ଜିତେନ୍ଦ୍ର ସାହୁ, କାର୍ତ୍ତିକ ବିଶ୍ଵାଳ, ଶଙ୍କର୍ଷଣ ମହାପାତ୍ର ଓ ବୃନ୍ଦାବନ ରଣା ଯୋଗ ଦେଇଥିଲେ । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ନୃତ୍ୟ ପ୍ରତିଯୋଗିତାରେ ସିତୁସିଲ୍କି ତ୍ରିପାଠୀ ଜ୍ୟୋତି ସାହୁ ଓ ସ୍ଵପ୍ନା ହରପାଲ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ବିଜୟ ଲାଭ କରି ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.

twenty − 7 =