csstore

ପୁରେନାଦୁର୍ଗେଇ କ୍ଲବ ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନାଦୁର୍ଗେଇ କ୍ଲବ ଆନୁକୂଲ୍ୟରେ ‘ନୂଆଁଖାଇ ଭେଟ୍‌ଘାଟ୍‌’ ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ଭାରତ ପୁଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷକ ନରେନ୍ଦ୍ର ଦାଉ ସଂଯୋଜନା କରିଥିଲେ । ଜଗନ୍ନାଥ ମନ୍ଦିରକୁ ଜମି ଦାନ କରିଥିବା ସୀୟାରାମ ଡ଼ନସନା, ବାଲମକୁନ୍ଧ ଭୋଇ, ଗୌରସେନ ଧରୁଆ ଓ ଶ୍ରୀମତୀ ଚନ୍ଦ୍ରାବତୀ ପୁଟାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିବା ବେଳେ ବରିଷ୍ଠ ନାଗରିକ ଫକୀର ମୋହନ ମହାନ୍ତି, ଯଶଦେବ ସିଂ, ଗଣପତି ଦାଉ, ସୁନାକର ମହାନ୍ତି, ଗ୍ରାମ୍ୟ କମିଟି ସଭାପତି ଖଗେଶ୍ୱର କରେଇ, ସଂପାଦକ କରୁଣାକର ଡ଼ନସନାଙ୍କୁ ଏହି ଅବସରରେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ଗାଁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ମାଁ, ଭଉଣୀଙ୍କୁ ନେଇ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ବରିଷ୍ଠ ଅତିଥି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ଧିରେନ୍ ମହାନ୍ତି, ଉଗ୍ରସେନ ପ୍ରଧାନ, ଦୁଶାସନ କୁମ୍ଭାର, ଦୟାନନ୍ଦ ମାଝୀ, ପୂଝାରୀ ଖଗେଶ୍ୱର ଧରୁଆ ପ୍ରମୁଖ ଯୋଗଦେଇ ‘ଗ୍ରାମାଞ୍ଚଳରେ ନୂଆଁଖାଇ’ ଉପରେ ନିଜ ନିଜ ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକ୍ରମକୁ ସଂପାଦକ ଫଗୁଲାଲ ବଗର୍ତ୍ତି ସମେତ ବେଲାର ସିଂ ପୁଟା, ଦିନେଶ ଧରୁଆ, ନରେଶ ବାରିକ, ଅଶ୍ୱିନୀ ଧରୁଆ, ସୁବାଷ ଦାଉ, ନତେଶ ପୁଟା, ଚିତ୍ରସେନ ଧରୁଆ, ସଞ୍ଜୀବ ଧରୁଆ, ପ୍ରଶାନ୍ତ ଧରୁଆ, ରୋହିତ ଦାଉ, ପବିତ୍ର ଧରୁଆ, ଲୋଚନ ବାରିକ ପ୍ରମୁଖଙ୍କ ଦ୍ୱାରା କାର୍ଯ୍ୟକ୍ରମ ସୁଚାରୁ ରୂପେ ସଂପାଦନା କରାଯାଇଥିଲା । ପରିଶେଷରେ କ୍ଲବ ସଦସ୍ୟଙ୍କ ଦ୍ଵାରା ଗ୍ରାମାଞ୍ଚଳମାନଙ୍କରେ ମଦ ପିଇବା, ନାବାଳକ ବାଇକ ଚାଳନା, ଦାଦନ ଶ୍ରମିକ ସମସ୍ୟା ଆଦିରେ କିପରି ଧନଜୀବନ ନଷ୍ଟ ହୋଇ ମୃତ୍ୟୁ ବରଣ କରୁଛନ୍ତି ସେ ଉପରେ ଆଧାରିତ ଏକାଙ୍କିକା ‘ମରନ୍’ ନାଟକ ଜନସାଧାରଣରେ ହୃଦୟସ୍ପର୍ଶୀ ହୋଇଥିଲା । ଶେଷରେ ଡୋଳାମଣି ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.