pakka

ଧରାପଡିଲେ ଲକ୍ଷାଧିକ ଟଙ୍କା ନେଇ ଫେରାର୍‌ ଥିବା ଅଭିଯୁକ୍ତ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପୋଲିସକୁ ବଡ଼ ସଫଳତା ମିଳିଛି । ପାଇକମାଲ ଥାନା ଅଞ୍ଚଳର ବିଭିନ୍ନ ଆଠଟି ଅର୍ଥ ଲଗାଣ ସଂସ୍ଥାରୁ ୫୩ଜଣ ମହିଳାଙ୍କ ପାସ୍‌ବୁକ ଜାଲିଆତି କରି ସେମାନଙ୍କ ନାଁରେ ୫୪ ଲକ୍ଷ ଟଙ୍କା ଉଠାଇ ଫେରାର୍‌ ହୋଇଯାଇଥିବା ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅଙ୍କୁ ପୋଲିସ ଗିରଫ କରିଛି । ଜାମସେଠରେ ସେମାନେ ଏକ ସହଜ କେନ୍ଦ୍ର ଖୋଲି ଲୋକଙ୍କ ଟଙ୍କା ଲେଣ ଦେଣ କରୁଥିଲେ । ଉକ୍ତ ଅଞ୍ଚଳର ଏସଏସଜି ତଥା କେତେକଙ୍କ ବ୍ୟକ୍ତିଗତ ଜମା ଟଙ୍କା ଜାଲିଆତି କରି ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ପାଇକମାଲ ଥାନାରେ ଜଣେ ମହିଳା ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତମାନେ ହେଲେ ପାଇକମାଲ ଥାନା ଜାମସେଠ ଗାଁର ପ୍ରଭାକର ଭୋଇ ତାଙ୍କ ପତ୍ନୀ କାଞ୍ଚନ ଭୋଇ ଓ ପୁଅ ମନୋଜ ଭୋଇ । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଏସଡିପିଓ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନଙ୍କ ପାଖରୁ ପୋଲିସ ୨ଟି ଟ୍ରାକ୍ଟର, ଗୋଟିଏ ବାଇକ, ବାଇଓମେଟ୍ରିକ ଫିଙ୍ଗରପ୍ରିଣ୍ଟ ଡିଭାଇସ, ୩ଟି ମୋବାଇଲ, ୫୩ଟି ବିଭିନ୍ନ ବ୍ୟାଙ୍କର ପାସ୍‌ବୁକ, ଆଧାରକାର୍ଡ, ଏଟିଏମ୍‌ ଆଦି ବିଭିନ୍ନ ସାମଗ୍ରୀକୁ ପୋଲିସ ଜବତ କରିଛନ୍ତି ।

pp
Leave A Reply

Your email address will not be published.

five + 18 =