pakka

ସଦାଇପାଲିରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସଦାଇପାଲିଠାରେ ଦଳିତ ସମାଜ ତରଫରୁ ନବଜ୍ୟୋତି କ୍ଲବ ପରିସରରେ ନୂଆଁଖାଇ ଭେଟ୍‌ଘାଟ୍‌ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ନୂଆଁଖାଇ ପଶ୍ଚିମ ଓଡିଶାର ଏକ ଅନନ୍ୟ ଗଣପର୍ବ ବୋଲି ମତବ୍ୟକ୍ତ କରିବା ସହିତ ଏହା ଆମକୁ ଭାଇଚାରାର ଓ ସଦ୍‌ଭାଗର ଶିକ୍ଷା ଦେଇଥାଏ ବୋଲି କହିଥିଲେ । କ୍ଲବର ସଭାପତି ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ମୁଗ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମଚିନ୍ଦ୍ର ଛତ୍ରିଆ, ଅର୍ଜୁନ ମୁଗ୍ରୀ, ସୁନାଧର ମୁଗ୍ରୀ, ତପିଲାଲ ମୁଗ୍ରୀ ଓ ଜହନଲାଲ ମୁଗ୍ରୀ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପୁରସ୍କାର ବିତରଣ କରାଯାଇଥିଲା । ଚଳିତ ବର୍ଷ ମେଟ୍ରିକ ପରୀକ୍ଷା, ଯୁକ୍ତ ଦୁଇ ପରୀକ୍ଷା ଓ ସ୍ନାତକ ପରୀକ୍ଷାରେ ଉତ୍ତୀନ୍ନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଡାଏରି ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।

Leave A Reply

Your email address will not be published.

fifteen + seven =