pakka

ଭୀମଭୋଇ ମେଡିକାଲର ନୂତନ ଗଭର୍ଣ୍ଣି ବଡି ସଦସ୍ୟ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଗଭର୍ଣ୍ଣି ବଡି ସଦସ୍ୟ ଭାବରେ ଡ. ପୂର୍ଣ୍ଣଚନ୍ଦ୍ର ସାହୁ ମନୋନୀତ ହୋଇଛନ୍ତି । ଡା.ସାହୁ ପୂର୍ବରୁ ଡାଇରେକ୍ଟର ପବ୍ଲିକ ହେଲ୍‌ଥ ଓ ବଲାଙ୍ଗିର ସିଡିଏମ୍‌ଓ ଭାବରେ ସେବା ପ୍ରଦାନ କରିଆସିଛନ୍ତି । ବର୍ତ୍ତମାନ ଡା. ସାହୁ ଆଇଏମ୍‌ଏ, ବଲାଙ୍ଗିରର ସଭାପତି ଭାବରେ କାର୍ଯ୍ୟନିର୍ବାହ କରୁଛନ୍ତି । ଡା. ସାହୁ ଜଣେ ମିଷ୍ଠଭାଷୀ ଓ କର୍ତ୍ତବ୍ୟନିଷ୍ଠ ଡାକ୍ତର ଭାବରେ ଜଣାଶୁଣା । ତାଙ୍କର ଏଇ ବ୍ୟବହାର ପାଇଁ ସେ ବଲାଙ୍ଗିରର ଜନସାଧାରଣଙ୍କ ଠାରେ ଏକ ଉତ୍ତମ ଚିକିତ୍ସକ ଓ ପରାମର୍ଶଦାତା ଭାବରେ ପରିଚିତ ।

Leave A Reply

Your email address will not be published.

2 − one =