ଦେଶର ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତ ଓ ମିଆଁମାର ମଧ୍ୟରେ ଦୁଇଦେଶର ନାଗରିକଙ୍କ ପାଇଁ ଥିବା ଅବାଧ ଗମନାଗମନ ବ୍ୟବସ୍ଥା (ଏଫଏମ୍ଆର୍)କୁ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତ୍ତି

● ଏହି ନିଷ୍ପତ୍ତି ଫଳରେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ଥିବା ଜନସାଂଖ୍ୟିକ ଢାଞ୍ଚା ବଜାୟ ରଖିବ ଏବଂ ଆମ ସୀମାକୁ ଲାଗିଥିବା ମିଆଁମାରରୁ କେହି ଭାରତ ଭିତରକୁ ଅବାଧରେ ପ୍ରବେଶ କରିପାରିବେ ନାହିଁ
● ଭାରତର ସୀମାନ୍ତକୁ ସୁରକ୍ଷିତ ଓ ନିରାପଦ ରଖିବାକୁ ଏହା ପ୍ରଧାନମନ୍ତ୍ରୀ ଶ୍ରୀ ନନେନ୍ଦ୍ର ମୋଦୀଙ୍କ ସଂକଳ୍ପ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା
● ଦୁଇ ଦେଶ ମଧ୍ୟରେ ଥିବା ଏହି ଅବାଧ ଗମନାଗମନ ବ୍ୟବସ୍ଥା (ଏଫ୍.ଏମ୍.ଆର୍)କୁ ବାତିଲ କରିବା କାମ ବୈଦେଶିକ ମନ୍ତ୍ରଣାଳୟ ଆରମ୍ଭ କରିଥିବା ଦୃଷ୍ଟିରୁ ତାହାକୁ ତତ୍କାଳ ବନ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୁପାରିସ କରିଛି

ନୂଆଦିଲ୍ଲୀ, (ପିଆଇବି) : ମିଆଁମାର ସହିତ ଭାରତର ଥିବା ଅବାଧ ଗମନାଗମନ ବ୍ୟବସ୍ଥା (ଏଫ୍ଏମ୍ଆର୍) ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ତଥା ନିରାପତ୍ତା ଦୃଷ୍ଟିରୁ ତତ୍କାଳ ରଦ୍ଦ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହା ଫଳରେ ଦୁଇ ଦେଶ ମଧ୍ୟରେ ଉଭୟ ଦେଶର ନାଗରିକଙ୍କ ମୁକ୍ତ ଓ ଅବାଧ ଗମନାଗମନ ବ୍ୟବସ୍ଥା ତତ୍କାଳ ବନ୍ଦ ହେବ । ଏହି ନିଷ୍ପତ୍ତି ଫଳରେ ମିଆଁମାର ସୀମାକୁ ଲାଗିଥିବା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଜନସଂଖ୍ୟାର ସ୍ଥିତି ବଜାୟ ରହିବ ଓ ମିଆଁମାର ନାଗରିକମାନେ ଏସବୁ ରାଜ୍ୟକୁ ଅବାଧରେ ପ୍ରବେଶ କରି ନିଜର ଉପସ୍ଥିତି ବଢାଇ ପାରିବେ ନାହିଁ । ସେହି ଅଞ୍ଚଳର ଆଭ୍ୟନ୍ତରୀଣ ନିରାପତ୍ତା, ସୀମାନ୍ତ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏକ ଏକ୍ସ ବାର୍ତ୍ତାରେ କହିଛନ୍ତି ଯେ ଦେଶର ସୀମାନ୍ତକୁ ନିରାପଦ ଓ ସୁରକ୍ଷିତ ରଖିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ । ସେ ଦୃଷ୍ଟିରୁ ସୀମାକୁ ସୁରକ୍ଷିତ ରଖିବା ସହ ଉତ୍ତର-ପୂର୍ବାଞ୍ଚଳର ଜନସଂଖ୍ୟା ଜନିତ ସ୍ଥିତିକୁ ବଜାୟ ରଖିବା ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷା ନିମନ୍ତେ ଦୁଇ ଦେଶ ମଧ୍ୟରେ ନାଗରିକଙ୍କ ଅବାଧ ଗମନାଗମନ ବ୍ୟବସ୍ଥାକୁ ତତ୍କାଳ ବନ୍ଦ କରିବାକୁ ସରକାରଙ୍କୁ ସୁପାରିସ କରାଯାଇଛି । ଦୁଇ ଦେଶ ମଧ୍ୟରେ ଥିବା ଚୁକ୍ତି (ଏଫ୍ଏମ୍ଆର୍)କୁ ସ୍ଥାୟୀଭାବେ ବାତିଲ କରିବାକୁ ସମୟ ଲାଗିବ । ବୈଦେଶିକ ମନ୍ତ୍ରଣାଳୟ ଏହି ବାତିଲ ପ୍ରକ୍ରିୟା ଆରମ୍ଭ କରିଛି ।
ଏହି ବ୍ୟବସ୍ଥା ରଦ୍ଦ ହେବା ଫଳରେ ମ୍ୟାଁମାରରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ସେଠାକାର ନାଗରିକ ଆଉ ଅବାଧ ପ୍ରବେଶର ସୁଯୋଗ ପାଇବେ ନାହିଁ କିମ୍ବା ସେ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଜନସଂଖ୍ୟାର ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିବ ନାହିଁ । ମ୍ୟାଁମାରରୁ ଅନେକ ନାଗରିକ ଉତ୍ତର ପୂର୍ବାଞ୍ଚଳକୁ ପଶି ଆସି ସେଠାରେ ବିଭିନ୍ନ ପ୍ରକାର ଅସ୍ଥିରତା ସୃଷ୍ଟି କରିବାରୁ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.

eighteen − ten =

error: Content is protected !!