pakka

ପ୍ରତି ଗ୍ରାମ ପଞ୍ଚାୟତରେ ହେବ ତ୍ରିରଙ୍ଗା ଯାତ୍ରା : ପଦ୍ମପୁର ବିଜେପିର ନିଷ୍ପତ୍ତି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିରଙ୍ଗା ଯାତ୍ରା ଓ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସଫଳ କରାଇବା ପାଇଁ ଏକ ପ୍ରସ୍ତୁତି ବୈଠକ ନୃସିଂହନାଥ ସ୍ଥିତ ଆଇଓସିଏଲ ଗେଷ୍ଟ ହାଉସ୍‌ଠାରେ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କ ଏକ ସମ୍ମିଳନୀ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ହର୍‌ ଘର୍‌ ତ୍ରିରଙ୍ଗା ଓ ତ୍ରିରଙ୍ଗା ଯାତ୍ରାର ମହତ୍ୱ ଓ ଆଭିମୁଖ୍ୟ ଉପରେ ମତବ୍ୟକ୍ତ କରିଥିଲେ । ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଂପାଦକ ପ୍ରୀତେଶ ବହିଦାର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଦେଶ ଯେତେବେଳେ ଆଜାଦି ର ଅମୃତ ମହୋତ୍ସବ ପାଳନ କରୁଛି ଆମ ଦେଶର ମାନ, ସମ୍ମାନ, ସ୍ୱାଭିମାନର ପ୍ରତୀକ ‘ତ୍ରିରଙ୍ଗା’ ଝଣ୍ତାର ଯାତ୍ରା ଦେଶବାସୀଙ୍କ ଭିତରେ ରାଷ୍ଟ୍ର ଭକ୍ତିର ଏକ ଉଦାହରଣ ସୃଷ୍ଟି ହେବ ବୋଲି ମତ ଦେଇଥିଲେ । ସମ୍ମିଳନୀର ପ୍ରସ୍ତାବ ଅନୁସାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ୫୬ଟି ଗ୍ରାମ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ କରାଇବା ସହ ପଦ୍ମପୁର ସହରରେ ଏକ ଅଭିନବ ଢଙ୍ଗରେ ତ୍ରିରଙ୍ଗା ଯାତ୍ରା କରିବା ପାଇଁ ସ୍ଥିର କରାଯାଇଥିଲା । ପଦ୍ମପୁର ଅଞ୍ଚଳର ୧୦ ହଜାର ପରିବାରଙ୍କ ଘର ଉପରେ ଅଗଷ୍ଟ ୧୩ ରୁ ୧୫ ତାରିଖ ଭିତରେ ତ୍ରିରଙ୍ଗା ଝଣ୍ତା ଉଡାଇବା ପାଇଁ ଆହ୍ୱାନ ଦିଆଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ପରିଷଦ ତଥା ବୋଡାସମ୍ବର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ପଦ୍ମପୁର ଜିଲ୍ଲା ପରିଷଦ ସଭ୍ୟ ମକରଧ୍ଵଜ ବଗାର, ମାଣ୍ଡୋସିଲ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତ୍ରିପୁରା ବରିହା, କୃଷକ ମୋର୍ଚ୍ଚା ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ମଦନ ମୋହନ ପଟେଲ, ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା, ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା, ଦହିତା ମଣ୍ଡଳ ସଭାପତି କେତନ ମେହେର, ନଗର ସଭାପତି ସୁନୀଲ ଅଗ୍ରୱାଲଙ୍କ ସମେତ ଦଳର ବରିଷ୍ଠ ନେତା ରାଜୁ ଘିବେଲା, ଚିନ୍ମୟ ପଣ୍ତା, ଡା. ଶ୍ରୀକାନ୍ତ ପାଣୀଗ୍ରାହୀ, ଲଳିତ ଜଗତ, ରାମ ବାଜପେୟୀ, ନରୋତ୍ତମ ଦାସ, ସୁଶାନ୍ତ ନାଗ, ଦୁଃଶାସନ କୁମ୍ଭାର, ପଙ୍କଜ ସାହୁ, ଅମ୍ବଲ୍ୟ ଦାସ, ତିଳକ ରଣା, ଫକିର ଭୋଇ, ଗରିବ ଭୋଇ, ଅରୁଣ ମୁଣ୍ତ, କୁନାଲ ପାଣିଗ୍ରାହୀ, ସୁମିତ ଘିବେଲା, ପ୍ରମୋଦ ମେହେର, ରୋଶନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଉପସଭାପତି ସରୋଜ ସାମଲ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 × three =