pakka

ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ସରକାରଙ୍କୁ ଅନ୍ତିମ ଚେତାବନୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର କୃଷକ ସଂଗଠନର ସ୍ଥାୟୀ ସଭାପତି ବାଞ୍ଛାନିଧି ନାୟକଙ୍କ ସଭାପତିତ୍ଵରେ ପଦ୍ମପୁର ଗୋରୁ ବଜାରଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀମାନ୍ନଙ୍କ ବିଭିନ୍ନ ସମସ୍ୟା ଦିଗରେ ଆଲୋଚନା କରାଯାଇ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ସରକାରଙ୍କୁ ଅନ୍ତିମ ଚେତାବନୀ ଦିଆଯାଇଥିଲା । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ବାରମ୍ବାର ଆନ୍ଦୋଳନ ସତ୍ଵେ ୨୦୨୧ ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷତି ପୁରଣ ରାଶି ଆଜି ପର୍ଯ୍ୟନ୍ତ ଚାଷୀମାନଙ୍କୁ ମିଳିନାହଁ । ବିଭିନ୍ନ ସମୟରେ ଚାଷୀମାନଙ୍କୁ ଭୁଆଁ ବୁଲାଇ ମିଥ୍ୟା ପ୍ରତିଶୃତି ଦିଆଯାଉଛି । ବର୍ତ୍ତମାନ ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ଚାଷୀକୂଳ ମୁଣ୍ଡରେ ହାତଦେଇ ବସିଛନ୍ତି । ଚାଷ କରିବାକୁ ଚାଷୀ ପାଖରେ ସମ୍ବଳ ନାହିଁ, ପ୍ରାୟ ୭୦% ଚାଷୀ ରୁଣ ଖିଲାପୀ ହୋଇସାରିଛି ସାର, ବିହନ, କିଣିବାକୁ ପଇସା ନାହି । ପୁନଃ ଏ ବର୍ଷର ଚାଷ ପରିସ୍ଥିତି ସାଂଘାତିକ ରୂପ ନେବାକୁ ବସିଲାଣି । ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି ଏବଂ କରିଥିବା ଚାଷ ନଷ୍ଟ ହୋଇ ପୁନଶ୍ଚ ଏକ ମରୁଡିର ସୂଚନା ଦେଉଛି । ଏପରି ସମୟରେ ଗତ ୨୦୨୧ ଖରିଫ ଋତୁ ଚାଷ ସମ୍ପୂଣ୍ଣ ମରୁଡିରେ ପ୍ରଭାବିତ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ମରୁଡ଼ି ଘୋଷଣା କରିନାହାନ୍ତି କିମ୍ବା ଚାଷୀମାନଙ୍କୁ ମରୁଡ଼ି ସହାୟତା ରାଶି ପ୍ରଦାନ କରିନାହାନ୍ତି । ଏଚ୍‌ଡିଏଫ୍‌ସି ଇଆର୍‌ଜିଓ କମ୍ପାନୀ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମଧୁଚନ୍ଦ୍ରିକା ଥିବା ହେତୁ ଏଚ୍‌ଡିଏଫ୍‌ସି ଇନ୍ସୂରେନ୍ସ କମ୍ପାନି ମଧ୍ୟ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବାରେ ଅଯଥା ଟାଳ ଟୁଳ ନୀତି ଅବଲମ୍ବନ କରୁଛନ୍ତି ଏଣୁ ଆଜିକାର ବୈଠକରେ ଚାଷୀମାନେ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଉଭୟ ସରକାରଙ୍କୁ ଚରମବାଣୀ ଶୁଣାଇ ଆସନ୍ତା ଅଗଷ୍ଟ ୧୪ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ତଥା ସମସ୍ତ ସରକାରୀ କଳକୁ ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଅଚଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜିର ଏହି ବୈଠକରେ ଚାଷୀନେତା ରମେଶ ମହାପାତ୍ର, ରାଜବୋଡ଼ାସମ୍ବର କୃଷକ ସଂଗଠନର ଆବାହକ ଅଶୋକ ସାହୁ, ଆଇନ ପରାମର୍ଶଦାତା ଆଇନଜୀବୀ ଅଜିତ ଶତପଥୀ, ରୋହିତ ପଧାନ, ପ୍ରମୋଦ ରାୟ, କ୍ଷମାନିଧି ସାହୁ, ଭଜନ ସାଗର, ସୁବାଷ ପଧାନ, ଶିବ ସାହୁ, ସୁଶାନ୍ତ ଗଡତିଆ, ମୁରଲୀ ଭୋଇ, ପ୍ରଭାତ ସାହୁ, କୁଞ୍ଜବିହାରୀ ପଧାନ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ବୀରେନ୍ଦ୍ର ପଧାନ, ଗଜପତି ସାହୁ, ଆନନ୍ଦ ପଧାନ, ସୁଜିତ ପାତ୍ର, ସୁରେଶ ଜୁଆଡି, ବିଶ୍ଵନାଥ ରଣା, ଲିଙ୍ଗରାଜ ପଧାନ, ଅରକ୍ଷିତ ପଧାନ, ଦହିତ ସାହୁ ଓ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × two =