jsm

ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ନାଗରିକ ମଂଚର ସଂପାଦକ ମନୋରଂଜନ ମିଶ୍ର ପୂର୍ବ ସଭାର ବିବରଣୀ ପଠନ କରିଥିଲେ । ଆସନ୍ତା ସ୍ୱାଧୀନତା ଦିବସର ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆଲୋଚନା ହୋଇଥିଲା । ସବ୍‌ଡିଭିଜନ ଓ ବ୍ଲକ ସ୍ତରରେ ବରିଷ୍ଠ ନାଗରିକମାନଙ୍କ ଶାଖା ଗଠନ ନିମନ୍ତେ ଆଲୋଚନା ହୋଇଥିଲା । ଲୋଇସିଂହା ଓ ଆଗଲପୁର ବ୍ଲକ ଶାଖା ଗଠନ ସରିଛି ତେଣୁ ବଲାଙ୍ଗିର ଓ ପୁଇଁନ୍ତଲା ବ୍ଲକ ଶାଖା ଗଠନର ଦାୟିତ୍ୱ ମଲିଆ ଗଡୁଆ ଓ ପୁରୁଷୋତ୍ତମ ପଣ୍ଡାଙ୍କୁ ନ୍ୟସ୍ତ କରାଗଲା । ସେହିପରି ଦେଓଗାଁ ଓ ଗୁଡଭେଲା ବ୍ଲକ ଶାଖା ଗଠନ ନିମନ୍ତେ ନିଳାଂଚଳ ଚିରଗୁନ ଓ ବୃଷକେତୁ ସାହୁଙ୍କୁ ଦାୟିତ୍ୱ ଦିଆଗଲା । ମଂଚର ହିସାବ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ । ଆହୁରି ୫୦ହଜାର ଟଙ୍କାର ଏକ ଫିକ୍ସ ଡିପୋଜିଟ କରିବାକୁ ସ୍ଥିର ହେଲା । ମଂଚର ଉପଦେଷ୍ଟା ଧନଞ୍ଜୟ ମିଶ୍ରଙ୍କୁ ଏକ ରୁଦ୍ରାଭିଷେକ କାର୍ଯ୍ୟକ୍ରମ କରିବା ନିମନ୍ତେ ଦାୟିତ୍ୱ ଦିଆଗଲା ଓ ଆସନ୍ତ କାର୍ତ୍ତିକ ମାସରେ ଖୁଜେନପାଲି ମନ୍ଦିରରେ ଉକ୍ତ ରୁଦ୍ରାଭିଷେକ କରିବା ପାଇଁ ସ୍ଥିର ହେଲା । ଏକ ସ୍ୱାସ୍ଥ୍ୟ ଶିବିର କରିବା ପାଇଁ ମଲିଆ ଗଡୁଆଙ୍କ ପ୍ରସ୍ତାବକୁ ସମସ୍ତେ ସମର୍ଥନ କଲେ ଓ ନିକଟରେ ସିଡିଏମ୍‌ଓ ବଲାଙ୍ଗିରଙ୍କ ସହିତ ମଂଚର ସଦସ୍ୟମାନେ ଆଲୋଚନା କଲା ପରେ ତାରିଖ ଓ ସ୍ଥାନ ସ୍ଥିର କରିବା ପାଇଁ ନିଶ୍ଚିତ ହେଲା । ସୁନିଲ କୁମାର ବିଶ୍ୱାଲ ସଭାରେ ଯୋଗଦେଇଥିବା ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଦେଇଥିଲେ । ଆଲୋଚନାରେ ପ୍ରଫୁଲ୍ଲ ସାହୁ, ବିରଞ୍ଚି ହୋତା, ଆର୍ତ୍ତତ୍ରାଣ ମିଶ୍ର, ନବୀନ କୁମାର ନନ୍ଦ, ପଦ୍ମଚରଣ ଆଚାର୍ଯ୍ୟ, କପିଳେଶ୍ୱର ଖମାରୀ, ଗୋପାଳ କୃଷ୍ଣ ମିଶ୍ର, ଚୁଡେନ୍ଦ୍ର ବେହେରା, ଅଶୋକ କୁମାର ଚାନ୍ଦ, ବାସୁଦେବ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ପ୍ରମୋଦ ମିଶ୍ର, ଚିତ୍ତ ରଂଜନ ପଟେଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.