jsm

ପଦ୍ମପୁର ଉପନିର୍ବାଚନ : ସରିଲା ପ୍ରଚାର, ୫ରେ ଭୋଟ୍‌

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସମୟ ସମାପ୍ତ ହୋଇଛି । ଆସନ୍ତା ୫ ତାରିଖ ଦିନ ଭୋଟ । କାହା ସପକ୍ଷରେ ଜନତା ଜନାର୍ଦ୍ଦନ ଭୋଟ୍‌ ଦେବେ, ତାହା ଭୋଟ ଗଣତି ପରେ ଜଣାପଡିବ । ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ପ୍ରଚଣ୍ଡ ବଳ କଷାକଷି ଦୃଶ୍ୟ ଦେଖିବାକୁ ମିଳିଛି । ସମସ୍ୟା ବହୁଳ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଅନେକ ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖରେ ବିଜେପି ହାଜର ହୋଇଥିବା ବେଳେ ବିଜେଡି ମଧ୍ୟ ଦୀର୍ଘ ୨୨ ବର୍ଷର ଶାସନ କାଳର ସଫଳତାକୁ ଭୋଟରଙ୍କ ସାମ୍‌ନାକୁ ଆଣି ଭୋଟ୍‌ ହାତେଇବାକୁ ଚେଷ୍ଟା ଜୋର ଚଳାଇଛି । ଏହି ଉପନିର୍ବାଚନ ପାଇଁ ସୋସିଆଲ୍‌ ମିଡିଆରେ କାଦୁଅ ଫୋପଡା ରାଜନୀତି ବେଶ୍‌ ଚର୍ଚ୍ଚାରେ ରହିଛି । ତୁଙ୍ଗ ନେତାମାନଙ୍କ ଭୋଟ ପ୍ରଚାର ଯୋଗୁଁ ପଦ୍ମପୁର ନିର୍ବାଚନ ମଣ୍ଡଳୀ କମ୍ପି ଉଠିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ହାର୍‌ ଜିତ୍‌କୁ ନେଇ ବଳିଷ୍ଠ ନେତାଙ୍କ ଖୋଲମ୍‌ଖୋଲା ଚ୍ୟାଲେଞ୍ଜ ଆହୁରି ସରଗରମ କରି ପକାଉଛି ସୋସିଆଲ୍‌ ମିଡିଆକୁ । ସାରା ରାଜ୍ୟର ନିଘା ଏବେ ପଦ୍ମପୁରରେ ନିର୍ବାଚନ ମଣ୍ଡଳୀ ଉପରେ । ପଦ୍ମପୁରକୁ ଜିଲ୍ଲା ଘୋଷଣା, ଚାଷୀମାନଙ୍କ ବିଭିନ୍ନ ଦାବୀ, ଜଳସେଚନ ଆଦି ପ୍ରମୁଖ ପ୍ରସଙ୍ଗ ସବୁ ଏବେ ନିର୍ବାଚନ ମଇଦାନରେ ଅଣ୍ଟା ଭିଡି ଠିଆ ହୋଇଥିବା ବେଳେ ଦୁଇ ପ୍ରମୁଖ ଦଳ ପକ୍ଷରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି । କଂଗ୍ରେସ ଦଳ ପ୍ରଚାରରେ ପଛୁଆ ରହିଥିଲେ ମଧ୍ୟ ଉପନିର୍ବାଚନରେ ଭୋଟରଙ୍କ ସମର୍ଥନ ମିଳିବ ବୋଲି ଆଶା ବାନ୍ଧିଛି ।

yuvodaya
Leave A Reply

Your email address will not be published.