pakka

ଜମି ମାଫିଆଙ୍କ ଦ୍ୱାରା ଶାଗ ମାଛ ଦରରେ ବିକ୍ରି ଚାଲିଛି ସରକାରୀ ଗୋଚର ଜମି : ପ୍ରଶାସନର ନିଘା ନାହିଁ, ଗ୍ରାମବାସୀଙ୍କ ଅଭିଯୋଗ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ତହସିଲ କଂଟାବାଂଜି ରାଜସ୍ୱ ନିରୀକ୍ଷକଙ୍କ ଅଧିନସ୍ଥ ଚଟୁଅନକା ପଂଚାୟତ କୁର୍ଲି ଗ୍ରାମର ସରକାରୀ ଜମିକୁ ଜବର ଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉଚ୍ଛେଦ କରିବା ପାଇଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୁର୍ଲି ଗ୍ରାମର ଗ୍ରାମବାସୀ । ଶୁକ୍ରବାର ଦିନ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କୁର୍ଲି ଗ୍ରାମରେ ଥିବା ଶହ ଶହ ଏକର ସରକାରୀ ପତ୍ରା ଜଙ୍ଗଲ ଏବଂ ଗୋଚର ଜମିକୁ ଜମି ମାଫିଆ, ରାଜନୈତିକ ବ୍ୟକ୍ତି ଏବଂ ବଡ ବଡ ବ୍ୟବସାୟୀଙ୍କ ଦ୍ୱାରା ଜବର ଦଖଲ ହୋଇଥିବା ଅଭିଯୋଗ ହୋଇଛି । ଜବର ଦଖଲ ଜମିକୁ କେତେକ ଜମି ମାଫିଆ ଶାଗ ମାଛ ଦରରେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରି ଚାଲିଥିବା ବେଳେ କେତେକ ବଡ ବଡ ବ୍ୟବସାୟୀ ବିଭିନ୍ନ ଶିଳ୍ପ କାରଖାନା ଗଢି ରୋଜଗାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ କୁର୍ଲି ଗ୍ରାମର ଜନସାଧାରଣ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନ ନେବାରୁ ଜବର ଦଖଲକାରୀମାନେ ସରକାରୀ ଜମି ଉପରେ ନିଜ ଆଧିପତ୍ୟ ବିସ୍ତାର କରି ମାଲାମାଲ ହେଉଛନ୍ତି । କୁର୍ଲି ଗ୍ରାମରେ ଥିବା ପତ୍ରା ଜଙ୍ଗଲ ଏବଂ ଗୋଚର ଜମି ଜବର ଦଖଲକାରୀଙ୍କ କବ୍‌ଜାରେ ଥିବାରୁ ଶହ ଶହ ଏକର ପତ୍ରା ଜଙ୍ଗଲ ନଷ୍ଟ ହୋଇ ସାରିଥିବା ବେଳେ ସ୍ଥାନୀୟ ଜଙ୍ଗଲ ବିଭାଗ ମଧ୍ୟ କୌଣସି ଆଖି ଦୃଷିଆ ପଦକ୍ଷପ ନେଇ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଏପରିକି ଗୋଚର ଜମିକୁ ମଧ୍ୟ ଜବର ଦଖଲ କରି ପକ୍କା ଘରଦ୍ୱାର ନିର୍ମାଣ ହୋଇ ସାରିଥିବାରୁ ସ୍ଥାନୀୟ ତହସିଲ ଅଫିସରୁ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ଗାଁରେ ଥିବା ସରକାରୀ ଜମି ଲୋପ ହେବାରେ ଲାଗିଛି । ପତ୍ରା ଜଙ୍ଗଲ ଓ ଗୋଚର ଜମି ଜବର ଦଖଲକାରୀ ଜମି ମାଫିଆଙ୍କ ଅକ୍ତିଆରରେ ଥିବାରୁ କୌଣସି ସରକାରୀ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁ ନାହିଁ, ଫଳରେ ଗ୍ରାମର ଶତାଧିକ ଲୋକେ ଶୁକ୍ରବାର ଦିନ ଜିଲ୍ଲାପାଳ ବଲାଙ୍ଗିର ଓ ତହସିଲଦାର କଂଟାବାଂଜିଙ୍କୁ ଲିଖିତ ଜଣାଇବା ସହ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଚଟୁଅନକା ସରପଂଚ ଜ୍ଞାନ ରଂଜନ ତାଣ୍ଡି, ଗ୍ରାମର ଘଟେଶ୍ୱର ରଣା, ସୀତାରାମ ପୁଟେଲ, ଦୁର୍ଗା ଦେବଗୁରୁ, ରାଜୁ ରଣା, କ୍ଷମା ରଣା, ରାଧେକୃଷ୍ଣ ରଣା, ସୁରଜ ବାଗ, ବିଶିକେଶନ ରଣା, ଗଦାଧର ରଣା ସହ ଅନ୍ୟମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

3 + 2 =