ଲୁହାସିଂହା କୃଷି ସମବାୟ ସମିତି ନିର୍ବାଚନରେ ୧୪ଟି ନିର୍ଦ୍ଦେଶକ ପଦବୀ ପାଇଁ ଜଣେ ଲେଖାଏଁ ନାମାଙ୍କନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚନର ନିର୍ଦ୍ଦେଶକ ପଦବୀ ପାଇଁ ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ହୋଇଯାଇଛି । ଏହି ସମବାୟ ସମିତିରେ ୧୫ଟି ନିର୍ଦ୍ଦେଶକ ପଦବୀ ଥିବାବେଳେ ୧୪ ଟି ନିର୍ଦ୍ଦେଶକ ପଦବୀ ପାଇଁ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ନିର୍ବାଚନ ଅଧିକାରୀ ରୂପେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନୀଳାମ୍ବର ମାଝୀ, ସମ୍ପାଦକ ଶ୍ରୀପତି ଭୋଇ ଉପସ୍ଥିତ ଥିଲେ । ଗୋଟିଏ ପଦବି ଖାଲି ଥିବା ବେଳେ ୧୪ଟିରେ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ଚୂଡାନ୍ତ ଘୋଷଣା ଆଗାମୀ ୭ ତାରିଖ ଥିବା ବେଳେ ଏକ ପ୍ରକାର ୧୪ ଜଣ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ବୋଲି ଜଣାଯାଇଛି । ୧୪ ଜଣ ହେଲେ କନ୍ଦର୍ପ ସୁଆର, ଧନୁର୍ଯ୍ୟ ବରିହା, ପ୍ରଦ୍ୟୁମ୍ନ ସୁଆର, ଧନଞ୍ଜୟ ଦାସ, ସୁଦାମ ସୁଆର, କିଶୋର ପାଣ୍ଡେ, ପୁରନ୍ଦର ମେହେର, ଜୟନ୍ତ ଷାଣ୍ଢ, ରାଜକିଶୋର ମେହେର, ଜୟନ୍ତ ମେହେର, ରାଜକିଶୋର ମେହେର, କ୍ଷମା ସାଗର ବରିହା, ଚନ୍ଦ୍ରମା ମେହେର, ଦମୟନ୍ତୀ ସୁଆର ।

Leave A Reply

Your email address will not be published.

four + nineteen =