om academy

ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଜୁନିଅର ରେଡକ୍ରସ ଆନୁକୂଲ୍ୟରେ ସ୍ଥାନୀୟ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟଠାରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ ହିଁ ପୃଥିବୀରେ ପାରିସ୍ଥିତିକ ସନ୍ତୁଳନ କରିବାରେ ସକ୍ଷମ, ପରିବେଶ ଆମର ଏବଂ ଆମେ ପରିବେଶର ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିଅର ରେଡକ୍ରସର ଉପ ସଭାପତି ଗତିକୃଷ୍ଣ ମିଶ୍ର, ସ୍ଥାନୀୟ ସରପଂଚ ସୁବାଷ ତାଣ୍ଡି, ସମିତି ସଭ୍ୟା କୌଶଲ୍ୟା ସୁନା ଯୋଗଦେଇ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଏବଂ ବରିଷ୍ଠ ସାଧନ କର୍ମୀ ତଥା ଖରଝୁରା ହାଇସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ଚନ୍ଦ୍ର ଶେଖର ମହାପାତ୍ର ମିଳିତ ଭାବରେ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ୨୦ ଗୋଟି ଚାରା ରୋପଣ କରାଯାଇଥିଲା ଏବଂ ଆଗାମୀ ଦିନରେ ଏହାର ସୁରକ୍ଷା କରିବାକୁ ଉପଯୁକ୍ତ ପଦକ୍ଷେପ ନେବାକୁ ମତ ପ୍ରକାଶ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱନାଥ ସାହୁ, ବୀରେନ୍ଦ୍ର ପାତ୍ର, ଲଲିତା ମେହେର, ପ୍ରଫୁଲ୍ଲ ଦୀପ, ସୁଶିଲ ମହାପାତ୍ର, ଅଶୋକ ଷାଣ୍ଢ, ଲକ୍ଷ୍ମଣ ଥନାପାତି, ହର୍ଡୋଖୋଲ ହାଇସ୍କୁଲର ପରାମର୍ଶଦାତା ଯଶୋବନ୍ତ ପୁଟେଲ, କମିଟି ସଦସ୍ୟ ରଂଜନ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଗୋପିନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ସ୍ଥାନୀୟ ପଂଚାୟତ ଉଚ୍ଚ ବିଦ୍ୟାଳୟ, ଧର୍ମଶାଳା ପ୍ରାଙ୍ଗଣରେ ମଧ୍ୟ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡା. ରାଧାକାନ୍ତ ଗଡତିଆଙ୍କ ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧର୍ମଶାଳା ହାଇସ୍କୁଲର ପ୍ରଧାନଶିକ୍ଷକ ଲୋକନାଥ ମେହେର, ଜିଲ୍ଲା ଜୁନିଅର ରେଡକ୍ରସର ଭାଇସ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର, ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଘ, ଝସକେତନ ମେହେର ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

11 − three =